ଏବେ ସୋସିଆଲ୍ ମିଡିଆରେ ଏକ ଭିଡିଓ ଖୁବ ଭାଇରାଲ ହେଉଛି। ଶୁଣିବାକୁ  ମିଳିଛି ଭିଡିଓରେ ଅଶାଳୀନ ଶବ୍ଦ ବ୍ୟବହାର କରୁଥିବା ବ୍ୟକ୍ତି ପ୍ରତାପ ଜେନା ବୋଲି । ଭୋଟ ମାଗିବାକୁ ଯାଇ ମହିଳା ୱାର୍ଡମେମ୍ବରଙ୍କ ପ୍ରତି ବିଜେଡି ବିଧାୟକ ପ୍ରତାପ ଜେନା ଅଶାଳୀନ ଶବ୍ଦ ପ୍ରୟୋଗ କରିଥିବା ଅଭିଯୋଗ ହୋଇଛି। ଏହି ଭିଡିଓରେ ଅଶାଳୀନ ଶବ୍ଦ ବ୍ୟବହାର କରୁଥିବା ବ୍ୟକ୍ତି ପ୍ରତାପ ଜେନା ବୋଲି କୁହାଯାଉଛି ।

ଦୁଇ ଦିନ ତଳେ ମାହାଙ୍ଗା ନିର୍ବାଚନମଣ୍ଡଳୀ ଅନ୍ତର୍ଗତ କୁହୁଣ୍ଡା ପଞ୍ଚାୟତର ୧୧ ନମ୍ବର ୱାର୍ଡର ମହିଳା ସଭ୍ୟ ସ୍ୱର୍ଣ୍ଣଲକ୍ଷ୍ମୀ ନାୟକଙ୍କ ଘରକୁ ବିଧାୟକ ପ୍ରତାପ ଜେନା ନିଜ ପୁଅ ଅଙ୍କିତଙ୍କ ପାଇଁ ଭୋଟ୍ ମାଗିବାକୁ ଯାଇଥିଲେ । ଏହି ସମୟରେ ବିଧାୟକ ହଠାତ୍ ଉକ୍ତ ମହିଳାଙ୍କ ଉପରେ ଉତ୍‌କ୍ଷିପ୍ତ ହୋଇ କିଛି ଆପତ୍ତିଜନକ ଶବ୍ଦ ପ୍ରୟୋଗ କରିଥିଲେ। ବିଧାୟକ କେଉଁ ଉଦେଶ୍ୟରେ ଏପରି ଅଶାଳୀନ ଶବ୍ଦ ପ୍ରୟୋଗ କଲେ ତାହାର କାରଣ ଜଣାପଡିନାହିଁ । ହେଲେ ଜଣେ ମହିଳା ୱାର୍ଡମେମ୍ବରଙ୍କ ପ୍ରତି ଏଭଳି ଆଚରଣ ଆଦୌ ଠିକ ନୁହେଁ । ଏ ଘଟଣାରେ ମହିଳା ୱାର୍ଡମେମ୍ବର କିମ୍ବା ମାହାଙ୍ଗା ବିଧାୟକ ପ୍ରତାପ ଜେନାଙ୍କ ପ୍ରତିକ୍ରିୟା ମିଳିନାହି ।

 

By SonaliP

Leave a Reply

Your email address will not be published. Required fields are marked *