ରାଜ୍ୟରେ ୨ ଟି ପର୍ଯ୍ୟାୟର ମତଦାନ ସରିଛି । ଆସନ୍ତା ମେ ୨୫ ତାରିଖରେ ଓଡିଶା ଦେଖିବାକୁ ଯାଉଛି ହାଇଭୋଲଟେଜ୍ ଫାଇଟ । ପଶ୍ଚିମ ଓଡିଶାର ହଟ୍ ସିଟ୍ ସମ୍ବଲପୁର ଲୋକସଭା ଆସନ ଉପରେ ରହିଛି ସଭିଙ୍କ ନଜର । ଆସନ୍ତାକାଲି ସମ୍ବଲପୁର ସଂସଦୀୟ କ୍ଷେତ୍ରରେ ଭୋଟ ଗ୍ରହଣ କରାଯିବ। ଭୋଟ ପୂର୍ବରୁ ଏଠାରେ ୧୪୪ ଧାରା ଜାରି କରାଯାଇଛି। ସମ୍ବଲପୁର ପୁଲିସ ମୁଖ୍ୟ ୧୪୪ ଧାରା ଜାରି ହୋଇଥିବା ସୂଚନା ଦେଇଛନ୍ତି । କାଲି ମତଦାନ ଥିବାରୁ ଶାନ୍ତି ଶୃଙ୍ଖଳା ବଜାୟ ରଖିବାକୁ ପୁଲିସ ଏହି ପଦକ୍ଷେପ ଗ୍ରହଣ କରିଥିବା ସୂଚନା ମିଳିଛି। ଆସନ୍ତା ୨୬ ତାରିଖ ସକାଳ ୧୦ଟା ଯାଏଁ ୧୪୪ ଧାରା ଲାଗୁ ହୋଇଛି। କେତେକ ସମ୍ବେଦନଶୀଳ ବୁଥରେ ସିଆରପିଏଫ୍‌‌ ଯବାନ ମୁତୟନ ରହିବେ ବୋଲି ସୂଚନା ମିଳିଛି।
ସମ୍ବଲପୁର ଲୋକସଭା ଆସନରେ ବିଜେପିରୁ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ସାଂସଦ ପ୍ରାର୍ଥୀ ହୋଇଥିବା ବେଳେ ବିଜେଡି ପକ୍ଷରୁ ସାଙ୍ଗଠନିକ ସମ୍ପାଦକ ପ୍ରଣବ ପ୍ରକାଶ ଦାସ ମୈଦାନକୁ ଓହ୍ଲାଇଛନ୍ତି । ସେହିଭଳି କଂଗ୍ରେସ ପୂର୍ବତନ ସାଂସଦ ନଗେନ୍ଦ୍ର ପ୍ରଧାନଙ୍କୁ ଭରସା କରିଛି । ସମ୍ବଲପୁରରେ ମୁଖ୍ୟତଃ ବିଜେପି ଓ ବିଜେଡି ମଧ୍ୟରେ କଡା ଟକ୍କର ରହିଛି ।

By SonaliP

Leave a Reply

Your email address will not be published. Required fields are marked *