ପୁଣି ଖଲ୍ଲିକୋଟରେ ହିଂସା ଦେଖିବାକୁ ମିଳିଛି । ବିଜେପି କର୍ମୀ ଦିଲୀପ ପାହାଣଙ୍କ ମୃତ୍ୟୁ ପରେ ୮ ଜଣ ଅଭିଯୁକ୍ତଙ୍କୁ ଗିରଫ କରାଯାଇଛି । ଖଲ୍ଲିକୋଟରେ ହିଂସାକାଣ୍ଡ ଘଟାଇଥିବା ଅଭିଯୁକ୍ତଙ୍କୁ ଥାନାକୁ ନେଲାବେଳେ ଘେରିଲେ ଗାଁ ଲୋକେ । ପୋଲିସ ଗାଡି ଉପରକୁ କରିଛନ୍ତି ବୋତଲ ଓ ଢେଲା ମାଡ । ଏଥିରେ ପୋଲିସ ଭ୍ୟାନର କାଚ ଭାଙ୍ଗି ଯାଇଛି । ପରବର୍ତ୍ତି ମୁହୁର୍ତ୍ତରେ ସ୍ଥିତିକୁ ନିୟନ୍ତ୍ରଣ କରିବା ପାଇଁ ପୋଲିସ ଲାଠି ଚାର୍ଜ କରିଥିବା ସୂଚନା ।

ଅନ୍ୟପଟେ ନିର୍ବାଚନୀ ହିଂସାକୁ ନେଇ ଅଶାନ୍ତ ହୋଇଛି ଗଞ୍ଜାମ ଜିଲ୍ଲାର ଖଲ୍ଲିକୋଟ। ହିଂସାକୁ ନେଇ ୧୪୪ ଜାରି କଲା ପ୍ରଶାସନ । ଥାନା ଠାରୁ ଶହେ ମିଟର ପରିଧି ମଧ୍ୟରେ କଟକଣା ଜାରି ହୋଇଛି ।

ଗତକାଲି ପୋଷ୍ଟର ମାରିବାକୁ ନେଇ ଏଠାରେ ଦୁଇ ଗୋଷ୍ଠୀ ମୁହାଁମୁହିଁ ହୋଇଥିଲେ । ମାରଣାସ୍ତ୍ରରେ ଆକ୍ରମଣ କାରଣରୁ ଜଣେ ବ୍ୟକ୍ତିଙ୍କ ମୃତ୍ୟୁ ଘଟିଥିଲା । ଏହି ଘଟଣାକୁ ନେଇ ପରିବାର ଲୋକଙ୍କ ସହ ଥାନା ଘେରାଉ କରିଛନ୍ତି ବିଜେପି କର୍ମୀ । ଅଭିଯୁକ୍ତଙ୍କୁ ଗିରଫ ଦାବିରେ ଲୋକେ ଥାନା ଘେରାଉ କରିଛନ୍ତି ବିଜେପି କର୍ମୀ । ଯାହାକୁ ନେଇ ଖଲ୍ଲିକୋଟରେ ଉତ୍ତେଜନା ଲାଗି ରହିଛି ।

 

Leave a Reply

Your email address will not be published. Required fields are marked *