ପୁରୀ ପରିକ୍ରମା ପ୍ରକଳ୍ପ ଆଳରେ ମଠ ଭଙ୍ଗାଯିବା ନେଇ ବିଜେପି ଅଭିଯୋଗ କରିବା ପରେ ଆଜି ସଫେଇ ଦେଉଛନ୍ତି ପାଣ୍ଡିଆନ। ସୋସିଆଲ ମିଡିଆରେ ପାଣ୍ଡିଆନ ଏକ ଭିଡିଓ ଜାରି କରି କହିଛନ୍ତି, ପୁରୀ ପରିକ୍ରମା ପ୍ରକଳ୍ପ ସମୟରେ ଐତିହାସିକ ମଠ ଓ ମନ୍ଦିର ଭଙ୍ଗା ଯାଇଛି ବୋଲି ବିଜେପିର ନେତାମାନେ ଯେଉଁ ଅଭିଯୋଗ କରୁଛନ୍ତି ତାହା ସତ ନୁହେଁ, ପୁରୀରେ କୌଣସି ମଠ ଭଙ୍ଗା ଯାଇନାହିଁ । ଓଲଟା ଅପବିତ୍ର ସ୍ଥାନରେ ଥିବା ମଠ ଓ ମନ୍ଦିରର ପବିତ୍ରତା ପାଇଁ ମୁଖ୍ୟମନ୍ତ୍ରୀ ଉଦ୍ୟମ କରିଛନ୍ତି।

ମଙ୍ଗୁ ମଠର ଉଦାହରଣ ଦେଇ ପାଣ୍ଡିଆ କହିଛନ୍ତି ଯେ, ମଙ୍ଗୁ ମଠ ଉପରେ ଗୋଟିଏ ଶୌଚାଳୟ ଥିଲା। ସେହିଭଳି ଏହା ପାଖରେ ଗୋଟିଏ ଜୋତା ଦୋକାନ ମଧ୍ୟ ଥିଲା । ସେହି ସ୍ଥାନରୁ ଶୌଚାଳୟ ଓ ଜୋତା ଦୋକାନ ଉଠାଇ ମଠର ପବିତ୍ରତା ରକ୍ଷା କରାଯାଇଛି। ମଙ୍ଗୁ ମଠ ଭଳି ପବିତ୍ର ସ୍ଥାନ ଯେଉଁଠାରେ ଗୁରୁ ନାନକ ଭଗବାନ ଜଗନ୍ନାଥଙ୍କ ଆରାଧନା କରିଥିଲେ, ତାହାର ପୁନରୁଦ୍ଧାର କେମିତି ଐତିହ୍ୟର ଅପମାନ ହେଲା ବୋଲି ପାଣ୍ଡିଆନ ପ୍ରଶ୍ନ କରିଛନ୍ତି । ତେବେ ଭିଡ଼ିଓ ଜାରି କରି ପାଣ୍ଡିଆନ ସଫେଇ ଦେଲେ କଣ୍ ସତ ମିଛ ହୋଇଯିବ କି ସାଧାରଣରେ ପ୍ରଶ୍ନ ଉଠିଛି।

By Nirvay

Leave a Reply

Your email address will not be published. Required fields are marked *