ଆଜି ଓଡ଼ିଶା ଆସିବେ କଂଗ୍ରେସର ରାଷ୍ଟ୍ରୀୟ ଅଧ୍ୟକ୍ଷ ମଲିକାର୍ଜୁନ ଖଡ଼ଗେ । କନ୍ଧମାଳ ଗସ୍ତରେ ଆସି ଆୟୋଜିତ ହୋଇଥିବା କଂଗ୍ରେସ ମହା ସମାବେଶରେ ଯୋଗଦେବେ । ଗୁଦାରୀ ଏୟାରଷ୍ଟ୍ରିପରେ ଆଜି ଅପରାହ୍ନ ୨ଟା ୪୦ ରେ ଫୁଲବାଣୀରେ ପହଞ୍ଚିବା ପରେ ସ୍ଥାନୀୟ କରୋନେସନ ପଡ଼ିଆରେ ଆୟୋଜିତ କଂଗ୍ରେସ ମହାସମାବେଶରେ ଯୋଗ ଦେବେ। ସେଠାରେ ଜନସାଧାରଣଙ୍କୁ ଉଦବୋଧନ ଦେବେ। ତାପରେ ସେଠାରେ ଆୟୋଜିତ ଜନସଭାକୁ ସମ୍ବୋଧିତ କରିବେ । ଖଡଗେଙ୍କ ସହ ତେଲେଙ୍ଗାନା ଉପ ମୁଖ୍ୟମନ୍ତ୍ରୀ, ରାଜ୍ୟ ପିସିସି ସଭାପତି ଶରତ ପଟ୍ଟନାୟକ ଓ ପ୍ରଚାର କମିଟି ଅଧ୍ୟକ୍ଷ ଭକ୍ତ ଦାସ ପ୍ରମୁଖ ସମାବେଶରେ ଯୋଗ ଦେବେ। ଖଡ଼ଗେଙ୍କ କାର୍ଯ୍ୟକ୍ରମକୁ ସଫଳ କରିବା ପାଇଁ କଂଗ୍ରେସ ପକ୍ଷରୁ ମଧ୍ୟ ବ୍ୟାପକ ପ୍ରସ୍ତୁତି କରାଯାଇଛି । ଏନେଇ ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇଛନ୍ତି ପିସିସି ସଭାପତି ଶରତ ପଟ୍ଟନାୟକ ।

Leave a Reply

Your email address will not be published. Required fields are marked *