ଦେଶରେ ପୁଣିଥରେ ପେଟ୍ରୋଲ୍ ଓ ଡିଜେଲ୍ ଦର ବୃଦ୍ଧି ପାଇଛି । ଗତ ୧୦ ଦିନ ମଧ୍ୟରେ ତୃତୀୟ ଥର ପାଇଁ ତେଲ ଦର ବଢ଼ିଥିବାରୁ ଗ୍ରାହକଙ୍କ ଉପରେ ବୋଝ ବଢ଼ିଛି । ଡିଜେଲ୍ ଲିଟର ପିଛା ୯୧ ପଇସା ବୃଦ୍ଧି ହୋଇଥିବାବେଳେ ପେଟ୍ରୋଲ ୮୭ ପଇସା ବୃଦ୍ଧି ପାଇଛି । ଦର ବୃଦ୍ଧି ପରେ ରାଜଧାନୀ ଭୁବନେଶ୍ୱରରେ ପେଟ୍ରୋଲ୍ ଲିଟର ପିଛା ୧୦୬.୩୩ ଟଙ୍କା ହୋଇଥିବା ବେଳେ ଡିଜେଲ୍ ଦାମ୍ ୯୭.୯୨ ଟଙ୍କାରେ ପହଞ୍ଚିଛି । ଏହା ପୂର୍ବରୁ ପେଟ୍ରୋଲ୍ ୧୦୫.୪୪ ଟଙ୍କା ଓ ଡିଜେଲ୍ ୯୬.୯୫ ଟଙ୍କାରେ ବିକ୍ରି ହେଉଥିଲା । Post navigation Odisha Invokes ESMA to Ban Power Sector Strikes for Six Months