ବ୍ରହ୍ମପୁର ଗିରିରୋଡ଼ ଛକ ନିକଟ ବିଚ୍ ରାସ୍ତାରେ ମରଣାନ୍ତକ ଆକ୍ରମଣ ଭିଡିଓ ଏବେ ଭାଇରାଲ ହେବାରେ ଲାଗିଛି। ଯେଉଁଥିରେ ବିଚ୍ ରାସ୍ତାରେ ଯୁବକଙ୍କ ସମେତ ବାନ୍ଧବୀଙ୍କୁ ଠେଙ୍ଗାରେ ଆକ୍ରମଣ କରାଯାଉଛି । ଯାହାକୁ ନେଇ ଏବେ ସାରା ଦେଶରେ ରାଜ୍ୟର ଆଇନ ଶୃଙ୍ଖଳା ପରିସ୍ଥିତିକୁ ନେଇ ପ୍ରଶ୍ନ ଉଠିଛି । ଏହାରି ମଧ୍ୟରେ ଏହି ଘାଟକୁ ନେଇ ଉଦବେଗ ପ୍ରକାଶ କରିଛନ୍ତି ପିସିସି ସଭାପତି ଭକ୍ତ ଦାସ । ସେ କହିଛନ୍ତି ଓଡ଼ିଶାରେ ଆଇନ ପ୍ରବର୍ତ୍ତନ ପ୍ରତି ଚିନ୍ତାଜନକ ଚିନ୍ତା ସୃଷ୍ଟି କରୁଛି। ଖୋଲା ହିଂସାର ବଢ଼ୁଥିବା ଘଟଣା ସୂଚାଇ ଦେଉଛି ଯେ ଅପରାଧୀମାନେ ଆଉ ଆଇନକୁ ଭୟ କରୁନାହାଁନ୍ତି। ରାଜ୍ୟ ସରକାରଙ୍କୁ କଡ଼ାକଡ଼ି ଭାବରେ ଜନସାଧାରଣଙ୍କ ସୁରକ୍ଷା ସୁନିଶ୍ଚିତ କରିବାକୁ ପଡିବ। ଅନ୍ୟପଟେ ପୂର୍ବ ଶତ୍ରୁତାକୁ କେନ୍ଦ୍ର କରି ଦମ୍ପତିଙ୍କୁ ଆକ୍ରମଣ କରାଯାଇଥିବା ନେଇ ଅଭିଯୋଗ ହୋଇଛି । ଆହତ ଯୁବକ ଜଣକ ଗଜପତି ନଗର ଅଞ୍ଚଳର ଉମେଶ ରଥ । ଉମେଶଙ୍କୁ ମରଣାନ୍ତକ ଆକ୍ରମଣ ପରେ ଘଟଣା ସ୍ଥଳରୁ ଫେରାର ଆକ୍ରମଣକାରୀଙ୍କୁ ଧରିବା ଲାଗି ତଦନ୍ତ ଆରମ୍ଭ କରିଛି ପୁଲିସ । Post navigation Couple Brutally Attacked in Berhampur: ବ୍ରହ୍ମପୁରରେ ଦମ୍ପତିଙ୍କୁ ଆକ୍ରମଣ ଘଟଣା; ରାଜ୍ୟ ସରକାରଙ୍କ ଉପରେ ବର୍ଷିଲେ ନବୀନ ପଟ୍ଟନାୟକ