ବାଲେଶ୍ବର ଜିଲ୍ଲା ସୋର ନିର୍ବାଚନମଣ୍ଡଳୀରେ ବିଧାନସଭା ପ୍ରାର୍ଥୀ ବଦଳାଇଛି ବିଜେପି। ପର୍ଶୁରାମ ଧଡ୍ଡାଙ୍କୁ ପ୍ରାର୍ଥୀ ଘୋଷଣା କରିଛି।ଏଠାେର ଆଗରୁ ରାଜେନ୍ଦ୍ର ଦାସଙ୍କୁ ଦଳ ପ୍ରାର୍ଥୀ ଘୋଷଣା କରିଥିବା ବେଳେ ଆଜି ଏଥିରେ ପରିବର୍ତ୍ତନ କରାଯାଇଛି। ନିକଟରେ ବିଜେଡି ଛାଡ଼ି ବିଜେପିରେ ଯୋଗ ଦେଇଥିଲେ ପର୍ଶୁରାମ ଧଡ୍ଡା।

ସୂଚନାମୁତାବକ, ପର୍ଶୁରାମ ଧଡ୍ଡା ବିଜେଡି ଛାଡି ନିଜ ସମର୍ଥକଙ୍କ ଗହଣରେ ଆସି ବିଜେପିରେ ଯୋଗ ଦେଇଥିଲେ। ଦଳ ତାଙ୍କୁ ଆଜି ସୋର ବିଧାନସଭା ଆସନରୁ ପ୍ରାର୍ଥୀ କରିଛି। ଦଳୀୟ ପ୍ରାର୍ଥୀ ଭାବେ ରାଜେନ୍ଦ୍ର ଦାସଙ୍କ ନାଁ ବିଜେପି ଘୋଷଣା କରିବାର ପ୍ରାୟ ମାସେରୁ ଊର୍ଦ୍ଧ୍ବ ସମୟ ବିତିବା ପରେ ବି ସେ ପ୍ରଚାର ମଇଦାନକୁ ଓହ୍ଲାଇ ପାରିଲେନି। ଅନ୍ୟପକ୍ଷରେ ପ୍ରାର୍ଥୀ ପରିବର୍ତ୍ତନ ଦାବିକୁ ଜୋରଦାର କରିଛନ୍ତି ଦଳୀୟ କର୍ମକର୍ତ୍ତା। ପ୍ରାର୍ଥିତ୍ବକୁ ନେଇ ବିବାଦ ଉପୁଜିବା ପରେ ବିଜେପି କାର୍ଯ୍ୟାଳୟ ମଧ୍ୟ ସେବେଠୁ ବନ୍ଦ ରହିଛି।

Leave a Reply

Your email address will not be published. Required fields are marked *