ରାଜ୍ୟରେ ସ୍ୱତନ୍ତ୍ର ସଘନ ସଂଶୋଧନ(ଏସଆଇଆର) ପ୍ରକ୍ରିୟାରେ ବାଦ ପଡ଼ିପାରନ୍ତି ପ୍ରାୟ ୨୦ ଲକ୍ଷ ୧୪ ହଜାର ଭୋଟର । ମୃତ୍ୟୁ, ସ୍ଥାନାନ୍ତରଣ, ସ୍ଥାୟୀ ଅନୁପସ୍ଥିତି ଓ ଅନ୍ୟାନ୍ୟ କାରଣରୁ ଭୋଟରଙ୍କ ନାଁ ବାଦ୍ ପଡ଼ିଥିବା ଜଣାପଡ଼ିଛି । ଏ ନେଇ ଆଜି ସୂଚନା ଦେଇଛନ୍ତି ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀ ଆର୍.ଏସ୍ ଗୋପାଳନ । ସେ କହିଛନ୍ତି ରାଜ୍ୟରେ ବର୍ତ୍ତମାନ ରହିଛନ୍ତି ୩ କୋଟି ୧୩ ଲକ୍ଷ ୭୯ ହଜାର ୪୨୭ ଭୋଟର । ଗତ ମେ ମାସ ୩୦ ତାରିଖରେ ରାଜ୍ୟରେ ଏସଆଇଆର ଅଭିଯାନ ଆରମ୍ଭ ହୋଇଥିଲା। ଏହି ଅଭିଯାନରେ ରାଜ୍ୟରେ ୩ କୋଟି ୩୩ ଲକ୍ଷ ୭୭ ହଜାର ୯୪୨ ଜଣଙ୍କୁ ପରିଗଣନା ଫର୍ମ ବଣ୍ଟନ କରାଯାଇଥିଲା। ତେଣୁ ଅଯୋଗ୍ୟ ବ୍ୟକ୍ତିଙ୍କୁ ଚିଠା ତାଲିକାରୁ ବାଦ ଦେବା ପ୍ରାଥମିକତା । ସେ ଆଉ ମଧ୍ୟ କହିଛନ୍ତି ଭୁଲରେ କାହାର ନାଁ କଟିଥିଲେ ଏନେଇ ଆବେଦନ କରିପାରିବେ। BLOଙ୍କୁ କଲ୍ କରି ଅଥବା ୱେବସାଇଟରେ ନାଁ ଅଛି କି ନାହିଁ ଚେକ୍ କରିହେବ । ନାଁ ନଥିଲେ ଫର୍ମ-୬ର ଆନେକ୍ସର-୪ ଅନୁଯାୟୀ ଆବେଦନ କରିବେ। ୧୮ ବର୍ଷରୁ ଊର୍ଦ୍ଧ୍ବ ସମସ୍ତେ ଆବେଦନ କରି ପାରିବେ ନ । Post navigation Teejan Bai Passes Away: ପଦ୍ମ ବିଭୂଷଣ ପାଣ୍ଡବାଣୀ ଗାୟିକା ତୀଜନ ବାଈଙ୍କ ପରଲୋକ