Orissa High Court Stays Hockey India Elections, Rejects Its Plea

ହକି ଇଣ୍ଡିଆର ନିର୍ବାଚନକୁ ନେଇ ଓଡ଼ିଶା ହାଇକୋର୍ଟ ଗୁରୁତ୍ୱପୂର୍ଣ୍ଣ ରାୟ ଦେଇଛନ୍ତି । ହକି ଇଣ୍ଡିଆର ନିର୍ବାଚନ ଉପରେ ପୂର୍ବରୁ ଜାରି କରିଥିବା ଅନ୍ତରୀଣ ରହିତାଦେଶକୁ ପ୍ରତ୍ୟାହାର କରିବା ପାଇଁ ହକି ଇଣ୍ଡିଆ ପକ୍ଷରୁ କରାଯାଇଥିବା ଆବେଦନକୁ ହାଇକୋର୍ଟ ଖାରଜ କରିଦେଇଛନ୍ତି । ଫଳରେ ହକି ଇଣ୍ଡିଆର ନିର୍ବାଚନ ସ୍ଥଗିତ ରହିବା ସ୍ପଷ୍ଟ ହୋଇଛି ।

ସୂଚନା ଅନୁଯାୟୀ, ହକି ଇଣ୍ଡିଆର ସ୍ଥାୟୀ ସଦସ୍ୟ ଭାବେ ହକି ଆସୋସିଏସନ୍‌ ଅଫ୍‌ ଓଡ଼ିଶା ରହିଥିଲା। ତେବେ ଏହାର ସ୍ଥାୟୀ ସଦସ୍ୟତା ପରିବର୍ତ୍ତେ ସହଯୋଗୀ ସଦସ୍ୟ ଭାବେ ନୋଟିସ୍‌ ଜାରି କରାଯାଇଥିଲା। ଏହାଦ୍ୱାରା ହକି ଆସୋସିଏସନ୍‌ ଅଫ୍‌ ଓଡ଼ିଶା ନିଜର ଭୋଟଦାନ ଅଧିକାର ହରାଇଥିଲା। ଏହି ପ୍ରସଙ୍ଗକୁ ନେଇ ଆଇନଗତ ବିବାଦ ସୃଷ୍ଟି ହୋଇଥିଲା।

ଉଲ୍ଲେଖଯୋଗ୍ୟ, ଓଡ଼ିଶା ସରକାର ହକି ଇଣ୍ଡିଆକୁ ପ୍ରତିବର୍ଷ ପ୍ରାୟ ୩୫ କୋଟି ଟଙ୍କାର ଆର୍ଥିକ ସହଯୋଗ ଯୋଗାଇ ଆସୁଛନ୍ତି। ଏଭଳି ସ୍ଥିତିରେ ଓଡ଼ିଶାର ହକି ସଂଗଠନକୁ ଭୋଟଦାନ ଅଧିକାରରୁ ବଞ୍ଚିତ କରାଯିବାକୁ ନେଇ ପ୍ରଶ୍ନ ଉଠିଥିଲା। ଏବେ ହାଇକୋର୍ଟ ହକି ଇଣ୍ଡିଆର ଆବେଦନକୁ ଖାରଜ କରିବା ପରେ ନିର୍ବାଚନ ପ୍ରକ୍ରିୟା ଉପରେ ରହିତାଦେଶ ବଳବତ୍ତର ରହିଛି।

By Nirvay

Leave a Reply

Your email address will not be published. Required fields are marked *