ଆଜି ତୃତୀୟ ଦିନରେ ପହଁଚିଛି ଅନଲାଇନ୍ ଅଟୋ ଏବଂ କ୍ୟାବ୍ ଡ୍ରାଇଭରଙ୍କ ଆନ୍ଦୋଳନ । ଗାନ୍ଧୀ ମାର୍ଗ ଲୋୟର ପିଏମଜିରେ ଶହ ଶହ ସଂଖ୍ୟାରେ ଅନଲାଇନ୍ ଗାଡ଼ି ଚାଳକମାନେ ଆନ୍ଦୋଳନ ଜାରି ରଖିଛନ୍ତି । ଓଲା,ରାପିଡୋ,ଉବର ଓ ଓଡ଼ିଶା ଯାତ୍ରୀର ଗାଡ଼ି ଚାଳକମାନେ ରାସ୍ତା ଉପରେ ଅଟୋ, କାର୍ ଏବଂ ବାଇକ୍ ରଖି ପ୍ରତିବାଦ କରୁଛନ୍ତି । ୩୦ ଦଫା ଦାବି ନେଇ ଅନ୍ଦୋଳନ କରୁଛନ୍ତି ଅଲ୍ ଓଡ଼ିଶା ଗିଗ୍ ୱାର୍କର୍ସ ୟୁନିଅନ୍।

ଅନ୍ୟପଟେ ଆନ୍ଦୋଳନକାରୀ ଡ୍ରାଇଭର ଓ ପୋଲିସ ମଧ୍ୟରେ ତୀବ୍ର ଧସ୍ତାଧସ୍ତି ଦେଖିବାକୁ ମିଳିଥିଲା। ପରିସ୍ଥିତି ନିୟନ୍ତ୍ରଣ ବାହାରକୁ ଯିବାରୁ ଅସନ୍ତୁଷ୍ଟ ଡ୍ରାଇଭରମାନେ ପୋଲିସ ଉପରକୁ ଟେକା-ପଥର ମାଡ଼ କରିଥିଲେ। ଏହା ସହିତ ରାସ୍ତାରେ ଯାତାୟାତ କରୁଥିବା ଏକ ‘ଆମ ବସ୍‌’ ଉପରକୁ ଢେଲା ମାରି ତାହାର କାଚ ଭାଙ୍ଗି ଚୁରମାର କରିଦେଇଛନ୍ତି ।

ଆନ୍ଦୋଳନ ଯୋଗୁଁ ରେଳୱେ ଷ୍ଟେସନରୁ ବିମାନବନ୍ଦର ପର୍ଯ୍ୟନ୍ତ ମୁଖ୍ୟ ରାସ୍ତା ସମ୍ପୂର୍ଣ୍ଣ ଜାମ୍‌ ହୋଇଯାଇଥିଲା। ଫଳରେ ଷ୍ଟେସନ ଓ ଏୟାରପୋର୍ଟରୁ ଯାତାୟାତ କରୁଥିବା ଶହ ଶହ ଯାତ୍ରୀ ନାହିଁ ନଥିବା ସମସ୍ୟାର ସମ୍ମୁଖୀନ ହୋଇଛନ୍ତି।

ସୁରକ୍ଷା ଦୃଷ୍ଟିରୁ ଘଟଣାସ୍ଥଳରେ ବ୍ୟାପକ ପୋଲିସ ଫୋର୍ସ ମୋତାୟନ କରାଯାଇ ପରିସ୍ଥିତିକୁ ନିୟନ୍ତ୍ରଣ କରିବାକୁ ଚେଷ୍ଟା କରାଯାଉଛି।

Leave a Reply

Your email address will not be published. Required fields are marked *