ପବିତ୍ର କାର୍ତ୍ତିକ ମାସ ନିମନ୍ତେ ଶ୍ରୀକ୍ଷେତ୍ର ପୁରୀରେ ହବିଷ୍ୟାଳୀମାନଙ୍କୁ ନିଶୁଳ୍କ ସୁବିଧା ସୁଯୋଗ ଯୋଗାଇଦେବା ପାଇଁ ଅନଲାଇନ୍ ପଞ୍ଜୀକରଣ ପ୍ରକ୍ରିୟା ଆରମ୍ଭ ହେବାକୁ ଯାଉଛି। ଅକ୍ଟୋବର ୬ ତାରିଖରୁ ଏହି ପଞ୍ଜୀକରଣ ଆରମ୍ଭ ହୋଇଥିବା ବେଳେ ବ୍ରତଧାରୀ ମା’ମାନେ ନିଜର ଆବେଦନ ଆଧାରପତ୍ର ସହିତ ଅନଲାଇନ୍ ମାଧ୍ୟମରେ ସମ୍ପୂର୍ଣ୍ଣ କରିପାରିବେ। ଚଳିତ ବର୍ଷ ଅକ୍ଟୋବର ୨୬ ତାରିଖରୁ ନଭେମ୍ବର ୨୪ ତାରିଖ ପର୍ଯ୍ୟନ୍ତ ଏହି ନିଷ୍ଠାପର କାର୍ତ୍ତିକ ବ୍ରତ ପାଳିତ ହେବାକୁ ଯାଉଛି। ପୁରୀ ଆସୁଥିବା ବ୍ରତଧାରୀଙ୍କ ନିରାପଦ ରହଣି ପାଇଁ ବୃନ୍ଦାବତୀ ନିବାସ ସମେତ ଅନ୍ୟ ୩ଟି ଅସ୍ଥାୟୀ ଶିବିରରେ ବ୍ୟାପକ ବ୍ୟବସ୍ଥା ହୋଇଛି। ଏହି ଶିବିରଗୁଡ଼ିକରେ ହବିଷ୍ୟାଳୀମାନଙ୍କ ପାଇଁ ମାଗଣା ରହଣି, ମହାପ୍ରସାଦ ସେବନ, ନିତ୍ୟକାନ୍ତି ଓ ସ୍ୱାସ୍ଥ୍ୟ ସେବାର ସୁବ୍ୟବସ୍ଥା କରାଯିବ। ଇଚ୍ଛୁକ ବ୍ରତଧାରୀମାନେ ଅନଲାଇନ୍ ମାଧ୍ୟମରେ ନିଜର ଆବେଦନ ପଞ୍ଜୀକରଣ କରିବାକୁ ଜିଲ୍ଲା ପ୍ରଶାସନ ତରଫରୁ ପରାମର୍ଶ ଦିଆଯାଇଛି। Post navigation एशियाई खेलों में भारतीय महिला रिकर्व तीरंदाजी टीम ने रचा इतिहास, जीता पहला स्वर्ण पदक PM Modi Speaks to Captain Smit Machchhar, Praises His Courage