ଏନଡିଏ ସଂସଦୀୟ ଦଳର ନେତା ଭାବେ ନିର୍ବାଚିତ ହେବା ପରେ ମୋଦୀ କହିଛନ୍ତି, ଏନଡିଏ ହେଉଛି ଭାରତର ସବୁଠୁ ସଫଳ ନିର୍ବାଚନ ପୂର୍ବବର୍ତ୍ତୀ ମେଣ୍ଟ । ଏଥିସହ ତାଙ୍କୁ ଏହି ମେଣ୍ଟର ନେତା ଭାବେ ନିର୍ବାଚିତ କରିଥିବାରୁ ସେ ସମସ୍ତଙ୍କୁ ଧନ୍ୟବାଦ ଦେଇଛନ୍ତି । ଏଥିସହ ନୂଆକରି ବିଜୟୀ ହେଇ ଆସିଥିବା ସାଂସଦଙ୍କୁ ଧନ୍ୟବାଦ ଦେଇଛନ୍ତି ମୋଦୀ । ଆଉ କହିଛନ୍ତି , ଏହା ତାଙ୍କର ସୌଭାଗ୍ୟ, ସର୍ବସମ୍ମତି କ୍ରମେ ତାଙ୍କୁ ନେତା ଭାବେ ନିର୍ବାଚିତ କରାଯାଇଛି । ବିଗତ ୧୦ ବର୍ଷରେ ଆମେ ଯେଉଁ କାମ କରିଥିଲୁ, ଟ୍ରେଲର ଥିଲା ବୋଲି କହିଛନ୍ତି । ଆମକୁ ଆହୁରି ତୀବ୍ର ଗତିରେ ଦେଶର ବିକାଶ ପାଇଁ କାମ କରିବାକୁ ପଡ଼ିବ ବୋଲି ଆହ୍ୱାନ ଦେଇଛନ୍ତି ।

ଏହାଛଡା ମୋଦୀ କହିଛନ୍ତି ଦେଶର ବିକାଶରେ ଓଡ଼ିଶା ପ୍ରମୁଖ ସ୍ଥାନ ନେବ । ମହାପ୍ରଭୁ ଜଗନ୍ନାଥ ହେଉଛନ୍ତି ଗରିବଙ୍କ ଦେବତା। ଓଡ଼ିଶାର ଫଳାଫଳ ବିକଶିତ ଭାରତର ସ୍ୱପ୍ନକୁ ନୂଆ ଗତି ଦେବ । ଓଡ଼ିଶାରେ କ୍ରାନ୍ତି ଆସିଛି । ଏହି କ୍ରାନ୍ତି ହିଁ ବିକାଶକୁ ନୂଆ ଦିଶା ଦେବ । ଦିନ ରାତି ପରିଶ୍ରମ କରି ଦେଶକୁ ନୂଆ ଦିଗ ଦେବାକୁ ଆହ୍ୱାନ ଦେଇଛନ୍ତି ପ୍ରଧାନମନ୍ତ୍ରୀ । ଆଗାମୀ ୨୫ ବର୍ଷ ପର୍ଯ୍ୟନ୍ତ ଦେଶର ବିକାଶ ଇଂଜିନରେ ଓଡ଼ିଶା ପ୍ରମୁଖ ସ୍ଥାନ ନେବ । ଓଡ଼ିଶା ହେବ ଦେଶର ବିକଶିତ ଇଂଜିନ ବୋଲି କହିଛନ୍ତି ପ୍ରଧାନମନ୍ତ୍ରୀ ।

ସେ ଆଉ ମଧ୍ଯ କହିଛନ୍ତି ଭାରତ ଇତିହାସରେ ଏହା ହେଉଛି ସବୁଠାରୁ ସଫଳ ମିଳିତ ମଞ୍ଚ, ସମସ୍ତ ନିଷ୍ପତ୍ତି ସର୍ବସମ୍ମତ ହେବା ଆମର ଲକ୍ଷ୍ୟ ହେବ। ‘‘୨୦୨୪ ଲୋକସଭା ଫଳାଫଳକୁ ନେଇ ବିରୋଧ ଏନ୍‌ଡିଏକୁ ଥଟା କରୁଛି। ମାତ୍ର ସେମାନେ ଜାଣନ୍ତି ଯେ ଆମେ କେବେ ହାରି ନାହୁଁ। ଗ୍ରାଣ୍ଡ ପୁରୁଣା ଦଳ କଂଗ୍ରେସ ୧୦ ବର୍ଷ ପରେ ବି ୧୦୦ ଛୁଇଁ ପାରିବ ନାହିଁ। ସେ କହିଛନ୍ତି ଯେ ଗତ ତିନିଟି ଲୋକସଭା ନିର୍ବାଚନରେ ​​ସେମାନଙ୍କର ମୋଟ ଆସନ କେବଳ ଆମର ଏହି ନିର୍ବାଚନ ତୁଳନାରେ କମ୍ ଅଟେ।

Leave a Reply

Your email address will not be published. Required fields are marked *