Odisha Govt Suspends Two Senior Officers Following Arrests and Jail Custody

ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ନିର୍ଦ୍ଦେଶରେ ଦୁଇଟି ଭିନ୍ନ ଘଟଣାରେ ଦୁଇ ଜଣ ବରିଷ୍ଠ ଅଧିକାରୀଙ୍କୁ ନିଲମ୍ବିତ କରାଯାଇଛି । ଉଭୟଙ୍କ ନିଲମ୍ବନ ପ୍ରସ୍ତାବକୁ ମୁଖ୍ୟମନ୍ତ୍ରୀ ଅନୁମୋଦନ କରିଛନ୍ତି ।

ବାଣିଜ୍ୟ ଓ ପରିବହନ ବିଭାଗର ଅତିରିକ୍ତ ସଚିବ ଅରୁଣ କୁମାର ବିଶ୍ୱାଳ ଗିରଫ ହୋଇ ଜେଲ୍‌ରେ ଥିଲେ। ସେହିପରି, କଟକ ସର୍କଲ ଜେଲ୍‌ର ସିନିଅର ସୁପରିନ୍‌ଟେଣ୍ଡେଣ୍ଟ ସୁଜିତ କୁମାର ରାଉଳ ମଧ୍ୟ ଗିରଫ ହୋଇ ବର୍ତ୍ତମାନ ଜେଲ୍‌ କଷ୍ଟୋଡିରେ ଅଛନ୍ତି ।

ସରକାରୀ ନିୟମ ଅନୁଯାୟୀ, ଉଭୟ ଅଧିକାରୀ ଗିରଫ ପରେ ୪୮ ଘଣ୍ଟାରୁ ଅଧିକ ସମୟ ଜେଲ୍‌ରେ ରହିଥିବାରୁ ସେମାନଙ୍କୁ ନିଲମ୍ବିତ କରାଯାଇଛି। ଏନେଇ ନିଲମ୍ବନ ପ୍ରସ୍ତାବକୁ ମୁଖ୍ୟମନ୍ତ୍ରୀ ଅନୁମୋଦନ କରିଛନ୍ତି ।

By Nirvay

Leave a Reply

Your email address will not be published. Required fields are marked *