ଭୁବନେଶ୍ୱର : ଆଗାମୀ ଲୋକସଭା ଓ ଓଡ଼ିଶା ବିଧାନ ସଭା ସାଧାରଣ ନିର୍ବାଚନ-୨୦୨୪ ପରିପ୍ରେକ୍ଷୀରେ ନିର୍ବାଚନ କାର୍ୟ୍ୟରେ ନିୟୋଜିତ ସରକାରୀ କର୍ମଚାରୀଙ୍କ ପାଇଁ ରାଜ୍ୟ ସରକାର ଗୋଟିଏ ଦିନ ସ୍ୱତନ୍ତ୍ର ସାମୟିକ ଛୁଟି ମଞ୍ଜୁର କରିଛନ୍ତି । ନିର୍ବାଚନ ପରିଚାଳନାରେ ନିୟୋଜିତ କର୍ମଚାରୀମାନେ ନିର୍ବାହ କରୁଥିବା କାର୍ୟ୍ୟ କଷ୍ଟକର ହୋଇଥାଏ। ଏହାକୁ ଦୃଷ୍ଟିରେ ରଖି ଯେଉଁ ସରକାରୀ କର୍ମଚାରୀମାନେ ସାଧାରଣ ନିର୍ବାଚନ,୨୦୨୪ କାର୍ୟ୍ୟରେ ନିୟୋଜିତ ହେବେ, ସେମାନଙ୍କୁ ଡ୍ୟୁଟି ପରେ ଗୋଟିଏ ଦିନ ସ୍ୱତନ୍ତ୍ର ସାମୟିକ ଛୁଟି ଦିଆଯିବ।

 

ସେମାନଙ୍କୁ କ୍ୟାଲେଣ୍ଡର ବର୍ଷରେ ସାଧାରଣତଃ ଗ୍ରହଣୀୟ ସାମୟିକ ଛୁଟି(କାଜୁଆଲ ଲିଭ୍) ଏବଂ ସ୍ୱତନ୍ତ୍ର ଛୁଟି(ସ୍ପେସାଲ ସିଏଲ) ବ୍ୟତୀତ ଏହି ସ୍ୱତନ୍ତ୍ର ସାମୟିକ ଛୁଟି ଦିଆଯିବା ପାଇଁ ସରକାରଙ୍କ ତରଫରୁ ଅନୁମତି ପ୍ରଦାନ କରାଯାଇଛି । ଏସମ୍ପର୍କରେ ମୁଖ୍ୟ ଶାସନ ସଚିବପ୍ରଦୀପ କୁମାର ଜେନା ପତ୍ର ମାଧ୍ୟମରେ ସମସ୍ତ ବିଭାଗ ତଥା ବିଭାଗୀୟ ମୁଖ୍ୟମାନଙ୍କୁ ଜଣାଇଛନ୍ତି । ପ୍ରଶାସନିକ ସୁବିଧାକୁ ଦୃଷ୍ଟିରେ ରଖି ସମ୍ପୃକ୍ତ କାର୍ୟ୍ୟାଳୟ ମୁଖ୍ୟଙ୍କ ବିଚାର ଓ ନିଷ୍ପତ୍ତି ଆଧାରରେ ଏହି ଛୁଟି ପ୍ରଦାନ କରାଯିବ।

ଓଡ଼ିଶାରେ ଆାଗାମୀ ୧୩.୦୫.୨୦୨୪ (ସୋମବାର) ଦିନ କଳାହାଣ୍ଡି, ନବରଙ୍ଗପୁର, ବ୍ରହ୍ମପୁର, କୋରାପୁଟ ରେ ମତଦାନ ହେବ। ୨୦.୦୫.୨୦୨୪ (ସୋମବାର) ଦିନ ବରଗଡ଼, ବଲାଙ୍ଗୀର, କନ୍ଧମାଳ, ଆସ୍କା ମତଦାନ ହେବା ଯୋଗୁ କର୍ମଚାରୀ ମାନଙ୍କୁ ଛୁଟି ମିଳିବ। ସେହିଭଳି ୨୫.୦୫.୨୦୨୪ (ଶନିବାର) ଦିନ ସମ୍ବଲପୁର, ଢେଙ୍କାନାଳ, କଟକ, ପୁରୀ, ଭୁବନେଶ୍ୱର ରେ ଏବଂ୦୧.୦୬.୨୦୨୪ (ଶନିବାର) ରେ ମୟୂରଭଞ୍ଜ, ବାଲେଶ୍ଵର, ଭଦ୍ରକ, ଯାଜପୁର, କେନ୍ଦ୍ରାପଡ଼ାରେ ପର୍ଯ୍ୟାୟକ୍ରମେ ମତଦାନ ଅନୁଷ୍ଠିତ ହେଉଥିବାରୁ ଚଳିତ ସାଧାରଣ ନିର୍ବାଚନ-୨୦୨୪ରେ ମଧ୍ୟ ସମାନ ସୁବିଧା ମିଳିବ ବୋଲି ନିଷ୍ପତ୍ତି ନିଆଯାଇଛି। ମତଦାନ ଦିନ ନିର୍ବାଚନ ମଣ୍ଡଳୀ ଅଞ୍ଚଳରେ ସରକାରୀ ଛୁଟି ଘୋଷଣା କରାଯାଇଛି । କିନ୍ତୁ ସରକାରୀ କର୍ମଚାରୀ, ଯେଉଁମାନେ ସେମାନଙ୍କ ମତଦାନ କେନ୍ଦ୍ରଠାରୁ ଦୂରରେ ସ୍ଥାନରେ ଅବସ୍ଥାପିତ ହୋଇଛନ୍ତି, ସେମାନଙ୍କୁ ଭୋଟ୍ ଦେବା ପାଇଁ ସେଠାକୁ ଯିବାକୁ ପଡୁଥିବାରୁ ଉପରୋକ୍ତ ଦିବସଗୁଡିକରେ କର୍ମଚାରୀମାନଙ୍କୁ ଆବଶ୍ୟକ ସ୍ଥଳେ ଦୁଇ ଦିନ (ମତଦାନର ପୂର୍ବ ଦିନ ଏବଂ ମତଦାନ ପରବର୍ତ୍ତୀ ଦିନ) ପାଇଁ ସ୍ୱତନ୍ତ୍ର ସାମୟିକ ଛୁଟି ଅନୁମତି ପ୍ରଦାନ କରାଯିବାକୁ ଏ ସଂକ୍ରାନ୍ତରେ ମଧ୍ୟ ମୁଖ୍ୟ ଶାସନ ସଚିବ ପତ୍ର ପ୍ରେରଣ କରିଛନ୍ତି ।

By Shree

Passionate about writing political content and unbiased journalism

Leave a Reply

Your email address will not be published. Required fields are marked *