ଲୋକସେବା ଭବନଠାରେ ରାଜ୍ୟର ପୂର୍ବତନ ବିଧାୟକ ମାନେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କୁ ସାକ୍ଷାତ କରିଛନ୍ତି। ଏହି ସୌଜନ୍ୟମୂଳକ ସାକ୍ଷାତକାର ସମୟରେ ପୂର୍ବତନ ବିଧାୟକମାନେ ନିଜ ନିଜ ଅଞ୍ଚଳର ଏବଂ ସେମାନଙ୍କର ବିଭିନ୍ନ ସମସ୍ୟାର ସମାଧାନ ସମ୍ପର୍କରେ ମୁଖ୍ୟମନ୍ତ୍ରୀଙ୍କ ସହ ସବିଶେଷ ଆଲୋଚନା କରିଛନ୍ତି। ପୂର୍ବତନ ବିଧାୟକଙ୍କ ପେନ୍‌ସନ୍‌, ମେଡିକାଲ୍‌ ଭତ୍ତା ଓ ଅନ୍ୟାନ୍ୟ ସୁବିଧା ବୃଦ୍ଧି ଦାବି କରାଯାଇଥିବା ଜଣାପଡ଼ିଛି।

ପରିଷଦ ପକ୍ଷରୁ ଲେଖାଯାଇଥିବା ଏହି ଚିଠିରେ ଦର୍ଶାଯାଇଛି ଯେ, ବାର୍ଦ୍ଧକ୍ୟ ଜନିତ କାରଣରୁ ଅଧିକାଂଶ ପୂର୍ବତନ ବିଧାୟକ ବିଭିନ୍ନ ପ୍ରକାରର ଅସୁସ୍ଥତା ଏବଂ ଆର୍ଥିକ ଅନାଟନ ଦେଇ ଗତି କରୁଛନ୍ତି। ଶାରୀରିକ ଅକ୍ଷମତା ଯୋଗୁଁ ସେମାନଙ୍କୁ ନିୟମିତ ଚିକିତ୍ସାର ଆବଶ୍ୟକତା ପଡ଼ୁଥିବା ବେଳେ ଚିକିତ୍ସା ପାଇଁ ହେଉଥିବା ବିପୁଳ ଖର୍ଚ୍ଚ ବହନ କରିବାରେ ସେମାନେ ଅସମର୍ଥ ହେଉଛନ୍ତି।

ମୁଖ୍ୟମନ୍ତ୍ରୀ ମୋହନ ମାଝୀ ମଧ୍ୟ ସେମାନଙ୍କ ସମସ୍ୟା ଗୁଡ଼ିକୁ ସହାନୁଭୂତିର ସହ ଶୁଣିବା ସହ ଏହାର ଉଚିତ ସମାଧାନ ଦିଗରେ ଆବଶ୍ୟକୀୟ ପଦକ୍ଷେପ ନିଆଯିବ ବୋଲି ପ୍ରତିଶ୍ରୁତି ଦେଇଛନ୍ତି।

Leave a Reply

Your email address will not be published. Required fields are marked *