ରାଜ୍ୟରେ ଗଭୀର ଅବପାତ ଯୋଗୁଁ ସୃଷ୍ଟି ହୋଇଥିବା ବନ୍ୟା ପରିସ୍ଥିତିର ଅନୁଧ୍ୟାନ କରିବା ପାଇଁ ଆଜି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ବିମାନ ମାଧ୍ୟମରେ ଏରିଅଲ ସର୍ଭେ କରିବେ। ଦକ୍ଷିଣ ଓଡ଼ିଶାର ଗୁରୁତର ଭାବେ ପ୍ରଭାବିତ ହୋଇଥିବା ଜିଲ୍ଲାଗୁଡ଼ିକର ବନ୍ୟା ସ୍ଥିତି ଆକାଶମାର୍ଗରୁ ପରଖିବେ ମୁଖ୍ୟମନ୍ତ୍ରୀ।

ଏହି ପରିଦର୍ଶନ ସମୟରେ ସେ ମୁଖ୍ୟତଃ ଗଞ୍ଜାମ, କୋରାପୁଟ ଓ ନବରଙ୍ଗପୁର ଜିଲ୍ଲାର ବନ୍ୟା ପ୍ରଭାବିତ ଅଞ୍ଚଳଗୁଡ଼ିକୁ ନିରୀକ୍ଷଣ କରିବା ସହ ବିଶେଷ ଭାବେ କଳିଙ୍ଗାଘାଟି ଏବଂ କୋରାପୁଟର କୋଟପାଡ଼ ଅଞ୍ଚଳର ସ୍ଥିତି ଅନୁଧ୍ୟାନ କରିବେ। ଲଗାଣ ବର୍ଷା ଓ ବନ୍ୟା ଯୋଗୁଁ ଏହି ଅଞ୍ଚଳଗୁଡ଼ିକରେ ବ୍ୟାପକ କ୍ଷୟକ୍ଷତି ଘଟିଥିବା ବେଳେ ମୁଖ୍ୟମନ୍ତ୍ରୀ ନିଜେ ସ୍ଥିତି ପରଖି ସ୍ଥାନୀୟ ପ୍ରଶାସନକୁ ତୁରନ୍ତ ରିଲିଫ୍, ଉଦ୍ଧାର ଓ ଆବଶ୍ୟକୀୟ ସହାୟତା ଯୋଗାଇଦେବା ପାଇଁ ନିର୍ଦ୍ଦେଶ ଦେବେ।

Leave a Reply

Your email address will not be published. Required fields are marked *