ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ସରକାରୀ ବାସଭବନରେ ଏକ ଗୁରୁତ୍ବପୂର୍ଣ୍ଣ ବୈଠକ ଅନୁଷ୍ଠିତ ହେଉଛି। ମୁଖ୍ୟମନ୍ତ୍ରୀଙ୍କ ଡାକରା କ୍ରମେ ଏହି ବୈଠକରେ ଯୋଗଦେବା ପାଇଁ ରାଜ୍ୟ ସରକାରଙ୍କ ବିଭିନ୍ନ ମନ୍ତ୍ରୀଙ୍କ ସମେତ ୫୦ରୁ ଊର୍ଦ୍ଧ୍ୱ ଦଳୀୟ ବିଧାୟକ ମୁଖ୍ୟମନ୍ତ୍ରୀଙ୍କ ବାସଭବନରେ ପହଞ୍ଚିଛନ୍ତି। ଏଥି ସହିତ ବୈଠକରେ ଯୋଗ ଦେବେ ରାଜ୍ୟ ବିଜେପି ସଭାପତି ବୋଲି ଜଣାପଡ଼ିଛି । ରାଜ୍ୟର ବିଭିନ୍ନ ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗ ଏବଂ ଦଳୀୟ ରଣନୀତି ଉପରେ ଏହି ବୈଠକରେ ଆଲୋଚନା ହେବାର ସମ୍ଭାବନା ରହିଛି । ଅନ୍ୟପଟେ ଏହି ବୈଠକର ସ୍ପଷ୍ଟ କାରଣ ଏପର୍ଯ୍ୟନ୍ତ ଆନୁଷ୍ଠାନିକ ଭାବେ ପ୍ରକାଶ କରାଯାଇ ନାହିଁ। ତେବେ ଏତେ ସଂଖ୍ୟକ ବିଧାୟକ ଓ ମନ୍ତ୍ରୀଙ୍କ ଆକସ୍ମିକ ଉପସ୍ଥିତିକୁ ନେଇ ରାଜ୍ୟ ରାଜନୀତିରେ ଚର୍ଚ୍ଚା ଜୋର ଧରିଛି। Post navigation Ravenshaw University Hostel Ragging: ରେଭେନ୍ସା ଛାତ୍ରାବାସରେ ରାଗିଂ ଅଭିଯୋଗ गुलवीर सिंह ने रचा इतिहास; एशियाई खेल 2026 में जीता तीसरा मेडल