ବିଧାନସଭା ମୌସୁମୀ ଅଧିବେଶନରେ ନୂତନ MMDR ସଂଶୋଧନ ଆଇନକୁ ନେଇ ଜୋରଦାର ଆଲୋଚନା ଓ ହଟ୍ଟଗୋଳ ଜାରି ରହିଥିବା ବେଳେ ଗୃହରେ ରାଜ୍ୟର ଖଣିଜ ରାଜସ୍ୱ ଆଦାୟ ସମ୍ପର୍କରେ ଗୁରୁତ୍ୱପୂର୍ଣ୍ଣ ତଥ୍ୟ ରଖିଛନ୍ତି ଇସ୍ପାତ ଓ ଖଣି ମନ୍ତ୍ରୀ ବିଭୂତି ଭୂଷଣ ଜେନା। ରାଜ୍ୟ ସରକାର ଖଣି କ୍ଷେତ୍ରରୁ ବିପୁଳ ରାଜସ୍ୱ ଆଦାୟ କରିବାରେ ସଫଳ ହୋଇଥିବା ନେଇ ସେ ସୂଚନା ଦେଇଛନ୍ତି। ମନ୍ତ୍ରୀଙ୍କ ଦ୍ୱାରା ଦିଆଯାଇଥିବା ତଥ୍ୟ ଅନୁଯାୟୀ, ୨୦୨୩-୨୪ ଆର୍ଥିକ ବର୍ଷରେ ରାଜ୍ୟ ସରକାର ଖଣି କ୍ଷେତ୍ରରୁ ସର୍ବାଧିକ ୪୬,୩୯୬ କୋଟି ଟଙ୍କାର ରାଜସ୍ୱ ଆଦାୟ କରିଥିଲେ। ସେହିପରି ଚଳିତ ୨୦୨୬-୨୭ ଆର୍ଥିକ ବର୍ଷରେ ସେପ୍ଟେମ୍ବର ୧୫ ତାରିଖ ସୁଦ୍ଧା ୨୧,୫୮୬ କୋଟି ଟଙ୍କାର ରାଜସ୍ୱ ଆଦାୟ ହୋଇସାରିଛି। ମନ୍ତ୍ରୀ ଆହୁରି ମଧ୍ୟ ଦର୍ଶାଇଛନ୍ତି ଯେ ସଂଶୋଧିତ ବ୍ୟବସ୍ଥା ଅନୁଯାୟୀ ପ୍ରଣୟନ ହେବାକୁ ଥିବା ନିୟମ ସମ୍ବନ୍ଧିତ ସର୍ତ୍ତାବଳୀ ଏବଂ ଏହାର କାର୍ଯ୍ୟକାରିତା ପରେ ବିଷୟଟିର ଆର୍ଥିକ ପ୍ରଭାବ ଅଧିକ ସ୍ପଷ୍ଟ ହେବ। ତେବେ ରାଜ୍ୟର ଆର୍ଥିକ ସ୍ୱାର୍ଥ ସୁରକ୍ଷା ପାଇଁ ଏହାର ସମ୍ଭାବ୍ୟ ପ୍ରଭାବକୁ ରାଜ୍ୟ ସରକାର ଅନୁଧ୍ୟାନ ଓ ପରୀକ୍ଷା କରି, ଆବଶ୍ୟକୀୟ ପ୍ରଶାସନିକ ଏବଂ ଆଇନଗତ ପଦକ୍ଷେପ ଗ୍ରହଣ କରିବେ। Post navigation Rasgovindpur Airstrip to Become Airport: ରାସଗୋବିନ୍ଦପୁର ଏୟାରଷ୍ଟ୍ରପ ହେବ ବିମାନବନ୍ଦର: ବିଭୂତି ଭୂଷଣ ଜେନା