ଓଡ଼ିଶା ବିଧାନସଭାରେ ବିରୋଧୀ ଦଳଗୁଡ଼ିକର ପ୍ରବଳ ହଙ୍ଗାମା ଓ ନାରାବାଜି ଯୋଗୁଁ ଗୃହ କାର୍ଯ୍ୟ ସ୍ୱାଭାବିକ ଭାବେ ଚାଲିପାରି ନାହିଁ। MMDR ନିୟମାବଳୀ ଏବଂ ସ୍କୁଲ ପାଠ୍ୟପୁସ୍ତକରେ ଦେଖାଦେଇଥିବା ତ୍ରୁଟି ପ୍ରସଙ୍ଗକୁ ନେଇ କଂଗ୍ରେସ ଏବଂ ବିଜେଡି ସଦସ୍ୟମାନେ ଗୃହ ମଧ୍ୟରେ ପ୍ରବଳ ହଟ୍ଟଗୋଳ କରିଥିଲେ। ଗୃହରେ ପ୍ରଶ୍ନୋତ୍ତର କାର୍ଯ୍ୟକାଳ ଚାଲିଥିବା ସମୟରେ ବିରୋଧୀ ସଦସ୍ୟଙ୍କ ଏହି ବିରୋଧ ପ୍ରଦର୍ଶନ ଯୋଗୁଁ ବାତାବରଣ ଅଶାନ୍ତ ହୋଇପଡ଼ିଥିଲା। ଗୃହ କାର୍ଯ୍ୟ ସ୍ୱାଭାବିକ ଭାବେ ପରିଚାଳନା କରିବା ପାଇଁ ବାରମ୍ବାର ଚେଷ୍ଟା କରାଯାଇଥିଲେ ବି ବିରୋଧୀଙ୍କ ନାରାବାଜି ଯୋଗୁଁ ବାତାବରଣ ସମ୍ପୂର୍ଣ୍ଣ ସରଗରମ ହୋଇପଡ଼ିଥିଲା।ଉପବାଚସ୍ପତି ଗୃହରେ ୨ଟି ଗୁରୁତ୍ୱପୂର୍ଣ୍ଣ ବିଲ୍ ଏବଂ ୨ଟି ରିପୋର୍ଟ ଉପସ୍ଥାପନ ହେବା ପରେ ପରିସ୍ଥିତିକୁ ଦୃଷ୍ଟିରେ ରଖି କାର୍ଯ୍ୟକ୍ରମକୁ ଆସନ୍ତାକାଲି ପର୍ଯ୍ୟନ୍ତ ମୁଲତବୀ ଘୋଷଣା କରିଛନ୍ତି। ଅନ୍ୟପଟେ ଗୃହ କାର୍ଯ୍ୟ ବାରମ୍ବାର ବାଧାପ୍ରାପ୍ତ ହେବା ଫଳରେ ଗତ ୩ ଦିନ ମଧ୍ୟରେ ମୋଟ ମାତ୍ର ୧ ଘଣ୍ଟା ୧୪ ମିନିଟ୍ ଗୃହ ଚାଲିପାରିଥିବା ଜଣାପଡ଼ିଛି। ଚଳିତ ମୌସୁମୀ ଅଧିବେଶନରେ ମାତ୍ର ୯ଟି କାର୍ଯ୍ୟଦିବସ ରହିଛି । ଏଥିମଧ୍ୟରୁ ତିନୋଟି କାର୍ଯ୍ୟଦିବସ ଅଚଳ ହୋଇଥିବାବେଳେ ଆଉ ମାତ୍ର ୬ଟି କାର୍ଯ୍ୟଦିବସ ହାତରେ ରହିଛି । ଏହାରି ମଧ୍ୟରେ ପ୍ରସ୍ତାବିତ ଥିବା ବିଭିନ୍ନ ଗୁରୁତ୍ୱପୂର୍ଣ୍ଣ ବିଲ୍ ଉପରେ ଆଲୋଚନା ହୋଇପାରୁନାହିଁ । Post navigation SIR Row: CJP Gives 48-Hour Ultimatum to CEC Gyanesh Kumar, Warns of Nationwide Agitation Odisha DGP Appointments Row: ପୁଣି ଘୁଞ୍ଚିଲା ଡିଜିପି ନିଯୁକ୍ତି ମାମଲାର ଶୁଣାଣି; ମଙ୍ଗଳବାର ଆସିପାରେ ରାୟ