ନୟାଗଡ଼ ଜିଲ୍ଲା ରଣପୁର ଥାନା ରାଜସୁନାଖଳା ନୃସିଂହପୁର ଟାଙ୍ଗୀ ସାହିର ଗୋପାଳକୃଷ୍ଣ ଜେନା (୪୭)ଙ୍କଠାରୁ ୮୬ ଲକ୍ଷ ଟଙ୍କା ଠକିବା ଓ ଆକ୍ରମଣ କରିବା ଅଭିଯୋଗରେ ନୟାଗଡ଼ ଉପଖଣ୍ଡ ବିଚାର ବିଭାଗୀୟ ମାଜିଷ୍ଟ୍ରେଟ୍‌ କୋରାପୁଟ ଆରକ୍ଷୀ ଅଧୀକ୍ଷକ ଓ ପଟାଙ୍ଗୀ ଥାନା ଅଧିକାରୀଙ୍କୁ ପୂର୍ବତନ ସାଂସଦ ଜୟରାମ ପାଙ୍ଗୀଙ୍କୁ ତୁରନ୍ତ ଗିରଫ ନିମନ୍ତେ ନୋଟିସ ପ୍ରଦାନ କରିଥିବା ସୂଚନା ମିଳିଛି।

ଘଟଣାରୁ ପ୍ରକାଶ, ଗୋପାଳକୃଷ୍ଣ ପୂର୍ବତନ ସଂସାଦ ପାଙ୍ଗୀଙ୍କ ନିକଟରେ ରହି ତାଙ୍କ ଡ୍ରାଇଭର ଭାବେ କାର୍ଯ୍ୟ କରୁଥିଲେ। ୨୦୧୮ ମସିହାରେ ପଟାଙ୍ଗୀରେ ଏକ ପେଟ୍ରୋଲ ପମ୍ପ ଓ ଗ୍ୟାସ୍‌ ଡିପୋ କରିବା ନିମନ୍ତେ  ପାଙ୍ଗୀ ସ୍ଥିର କରିଥିଲେ। ଏଥି ପାଇଁ ୫ କୋଟିରୁ ଊର୍ଦ୍ଧ୍ବ ଟଙ୍କା ଆବଶ୍ୟକ ହେଉଥିବାରୁ, ‘‘ତୁମେ ମୋତେ ଟଙ୍କା ଦିଅ, ସୁଧ ସହ ମୁଁ ଫେରାଇଦେବି ଓ ଦରକାର ପଡ଼ିଲେ ତୁମେ ଉକ୍ତ ପ୍ରକଳ୍ପରୁ ଲାଭାଂଶ ପାଇବ’’ ବୋଲି ଡ୍ରାଇଭର ଗୋପାଳଙ୍କୁ ପାଙ୍ଗୀ ପ୍ରଲୋଭନ ଦେଖାଇଥିଲେ।

ଏଥିରେ ବିଶ୍ବାସ କରି ଗୋପାଳ ରାଜସୁନାଖଳାର କିଛି ସ୍ୱୟଂସହାୟକ ଗୋଷ୍ଠୀ, କେତେକ ବ୍ୟକ୍ତି ଓ ବନ୍ଧୁବାନ୍ଧବଙ୍କ ଠାରୁ ଧାର କରଜ କରି ତିନିଟି କିସ୍ତିରେ ପ୍ରଥମେ ୩୩ ଲକ୍ଷ ଟଙ୍କା ଓ ପରେ ୫୩ ଲକ୍ଷ ଟଙ୍କା ତାଙ୍କୁ ଦେଇଥିଲେ। ପ୍ରଥମରେ ୩୩ ଲକ୍ଷ ପାଇବାର କିଛି ଦିନ ପରେ ଉକ୍ତ ଟଙ୍କାର ସୁଧ ବାବଦକୁ ୧ ଲକ୍ଷ ଟଙ୍କା ଗୋପାଳକୁ ସୁଝିଥିଲେ।

By Shree

Passionate about writing political content and unbiased journalism

Leave a Reply

Your email address will not be published. Required fields are marked *