ସରପଞ୍ଚ ଚାମେଲି ଓଝାଙ୍କ ବିରୋଧରେ ଜାରି ରହିବ ଅନାସ୍ଥା। କେନ୍ଦ୍ରାପଡ଼ା ଜିଲ୍ଲା ମହାକାଳପଡ଼ା ବ୍ଲକ ଅନ୍ତର୍ଗତ ଟିକିରି ପଞ୍ଚାୟତର ସରପଞ୍ଚ ଚାମେଲି ଓଝାଙ୍କ ବିରୋଧରେ ଆସିଥିବା ଅନାସ୍ଥା ପ୍ରସ୍ତାବ ପ୍ରକ୍ରିୟା ଜାରି ରହିବ ବୋଲି ଓଡ଼ିଶା ହାଇକୋର୍ଟ  ନିର୍ଦ୍ଦେଶ ଦେଇଛନ୍ତି । ହାଇକୋର୍ଟ କହିଛନ୍ତି, ନିର୍ବାଚନ ପ୍ରକ୍ରିୟା ଜାରି ରହିବ । ତେବେ ଫଳ ଘୋଷଣା ଉପରେ ଅଙ୍କୁଶ ଲଗାଇଛନ୍ତି ଉଚ୍ଚ ଅଦାଲତ । ବିନା ଅନୁମତିରେ ଫଳ ଘୋଷଣା ନ କରିବାକୁ ହାଇକୋର୍ଟ ନିର୍ଦ୍ଦେଶ ଦେଇଛନ୍ତି । ଅନାସ୍ଥା ପ୍ରସ୍ତାବ ବିରୋଧରେ ହାଇକୋର୍ଟଙ୍କ ଦ୍ବାରସ୍ଥ ହୋଇଥିଲେ କେନ୍ଦ୍ରାପଡ଼ା ଟିକିରି ପଂଚାୟତ ସରପଞ୍ଚ ଚାମେଲି ଓଝା ।

 

 

Leave a Reply

Your email address will not be published. Required fields are marked *