କେନ୍ଦ୍ରାପଡ଼ା ମହାକାଳପଡ଼ା ତିଖିରୀ ସରପଞ୍ଚ ଚାମେଲୀ ଓଝାଙ୍କୁ ଆକ୍ରମଣ ଓ ଅଭଦ୍ରାଚରଣ କରାଯାଇଥିବା ଅଭିଯୋଗକୁ ଜାତୀୟ ମାନବାଧିକାର କମିଶନ ଗୁରୁତର ସହ ନେଇଛନ୍ତି। ଏହି ଘଟଣାର ତଦନ୍ତ ପାଇଁ NHRCର ୩ ଜଣିଆ ପ୍ରତିନିଧି ଦଳ ଆସନ୍ତା ଅକ୍ଟୋବର ୫ ତାରିଖରେ କେନ୍ଦ୍ରାପଡ଼ା ଗସ୍ତ କରିବେ।

ଦିଲ୍ଲୀସ୍ଥିତ NHRC ମୁଖ୍ୟାଳୟ ପକ୍ଷରୁ ଏହି ଗସ୍ତ ସମ୍ପର୍କରେ କେନ୍ଦ୍ରାପଡ଼ା ଜିଲ୍ଲାପାଳ ଏବଂ ଆରକ୍ଷୀ ଅଧୀକ୍ଷଙ୍କୁ ଆନୁଷ୍ଠାନିକ ଭାବେ ଅବଗତ କରାଯାଇଛି। ଗସ୍ତ ସମୟରେ ତଦନ୍ତକାରୀ ଟିମ୍ ଏହି ମାମଲା ସହ ଜଡ଼ିତ ସମସ୍ତ ବ୍ୟକ୍ତିଙ୍କ ବୟାନ ରେକର୍ଡ କରିବେ।

 

 

Leave a Reply

Your email address will not be published. Required fields are marked *