ଏସିଆନ୍ ଗେମ୍ସରେ ସ୍ୱର୍ଣ୍ଣ ପଦକ ଜିତିଥିବା ଭାରତୀୟ ମହିଳା ହକି ଦଳ ପାଇଁ ହକି ଇଣ୍ଡିଆ ପକ୍ଷରୁ ଆର୍ଥିକ ପୁରସ୍କାର ଘୋଷଣା କରାଯାଇଛି । ଦଳର ପ୍ରତ୍ୟେକ ଖେଳାଳିଙ୍କୁ ୧୧ ଲକ୍ଷ ଟଙ୍କା ଲେଖାଏଁ ପୁରସ୍କାର ଦିଆଯିବ ।

ସେହିପରି କୋଚ୍ ଏବଂ ଅନ୍ୟ ସପୋର୍ଟ ଷ୍ଟାଫଙ୍କ ପାଇଁ ୫.୫ ଲକ୍ଷ ଟଙ୍କା ଲେଖାଏଁ ପୁରସ୍କାର ରାଶି ଘୋଷଣା କରାଯାଇଛି ।

୪୪ ବର୍ଷ ପରେ ଭାରତୀୟ ମହିଳା ହକି ଦଳ ଏସିଆନ୍ ଗେମ୍ସରେ ସ୍ୱର୍ଣ୍ଣ ପଦକ ଜିତି ଇତିହାସ ରଚିଛି । ଏହାସହ ଏସିଆନ୍ ଚାମ୍ପିୟନ ଭାବେ ଦଳ ୨୦୨୮ ଅଲିମ୍ପିକ୍ସ ପାଇଁ ମଧ୍ୟ ଯୋଗ୍ୟତା ଅର୍ଜନ କରିଛି ।

By Nirvay

Leave a Reply

Your email address will not be published. Required fields are marked *