କିଟ୍ ବିଶ୍ୱ ବିଦ୍ୟାଳୟରେ ନେପାଳୀ ଛାତ୍ରୀ ମୃତ୍ୟୁ ଘଟଣାକୁ ନେଇ ଜାତୀୟ ମାନବ ଅଧିକାର ଆୟୋଗ(ଏନଏଚଆରସି) ପକ୍ଷରୁ ତଦନ୍ତ ପାଇଁ ନିର୍ଦ୍ଦେଶ ଦିଆଯାଇଛି। ଏକ ଟିମ ଗଠନ କରି କିଟ ବିଶ୍ୱବିଦ୍ୟାଳୟ ଛାତ୍ରୀ ମୃତ୍ୟୁ ମାମଲାର ତଦନ୍ତ ପାଇଁ ଡିଜି ଇନଭେଷ୍ଟିଗେସନଙ୍କୁ ଏନଏଚଆରସି ନିର୍ଦ୍ଦେଶ ଦେଇଛି। ତଦନ୍ତରେ ସହାୟତା ପାଇଁ ରେଜିଷ୍ଟ୍ରାରଙ୍କୁ ମଧ୍ୟ ନିର୍ଦ୍ଦେଶ ଦିଆଯାଇଛି । ବିଶ୍ବବିଦ୍ୟାଳୟର ଘଟଣାସ୍ଥଳକୁ ଯାଇ ତଦନ୍ତ କରିବ ଟିମ୍‌। ତଦନ୍ତ ପରେ ଆସନ୍ତା ମାର୍ଚ୍ଚ ୧୦ ତାରିଖ ସୁଦ୍ଧା ରିପୋର୍ଟ ଦାଖଲ କରିବାକୁ କମିଶନ୍ ନିର୍ଦ୍ଦେଶ ଦେଇଛନ୍ତି। ଏହା ସହ ଏନଏଚଆରସି ତଦନ୍ତ ସମୟରେ କିଟ ବିଶ୍ୱବିଦ୍ୟାଳୟ କୁଳସଚିବ ସହାୟତା ପ୍ରଦାନ କରିବାକୁ ଏନଏଚଆରସିି ନିର୍ଦ୍ଦେଶ ଦେଇଥିବା ସୂଚନା ମିଳିଛି।

Leave a Reply

Your email address will not be published. Required fields are marked *