ରାଜ୍ୟରେ ଖୁବ୍ ଶୀଘ୍ର ନୂଆ ଲୋକାୟୁକ୍ତ ନିଯୁକ୍ତି ପ୍ରକ୍ରିୟା ଶେଷ ହେବାକୁ ଯାଉଛି। ଏ ନେଇ ସୂଚନା ଦେଇଛନ୍ତି ରାଜ୍ୟ ରାଜସ୍ୱ ମନ୍ତ୍ରୀ ସୁରେଶ ପୂଜାରୀ । ସେ କହିଛନ୍ତି ଯେ, ଲୋକାୟୁକ୍ତ ନିଯୁକ୍ତି ନେଇ ଉଚ୍ଚସ୍ତରୀୟ ଚୟନ କମିଟିର ପ୍ରଥମ ବୈଠକ ଅନୁଷ୍ଠିତ ହୋଇସାରିଛି। କମିଟିରେ ବହୁମତ ଆଧାରରେ ହିଁ ଚୂଡ଼ାନ୍ତ ନିଷ୍ପତ୍ତି ନିଆଯିବ। ନିର୍ଦ୍ଧାରିତ ଆଇନଗତ ବ୍ୟବସ୍ଥା ଅନୁସାରେ ସମସ୍ତ ପ୍ରକ୍ରିୟା ଶେଷ କରାଯାଇ ଖୁବଶୀଘ୍ର ଏହି ନିଯୁକ୍ତି କରାଯିବ। ଏଥି ସହିତ ୨୪ ବର୍ଷରେ ଯାହା ହୋଇନି ତାହା ଆମେ ୨ ବର୍ଷରେ ତାହା କରୁଛୁ । ୫ ବର୍ଷରେ ଯାହା କରିବୁ, ତାହା ବିରୋଧୀ କଳ୍ପନା କରିନଥିବେ । Post navigation Cricketer Abhishek Porel Arrested: ଦୁଷ୍କର୍ମ ମାମଲାରେ IPL କ୍ରିକେଟର ଅଭିଷେକ ପୋରେଲ ଗିରଫ NASA Invites ISRO To Join Its Moon Base Program