ସୁପ୍ରିମକୋର୍ଟରେ ନିଟ୍ ୟୁଜି ମାମଲାର ଶୁଣାଣି ଘୁଞ୍ଚିଛି। କିଛି ପ୍ରତିପକ୍ଷ ସତ୍ୟପାଠ ପାଇ ନଥିବାରୁ ଏହି ଶୁଣାଣି ଘୁଞ୍ଚିଥିବା ଜଣାପଡ଼ିଛି। କେନ୍ଦ୍ର ଓ ନିଟ୍‌ ଦେଇଥିବା ସତ୍ୟପାଠକୁ ପ୍ରତିପକ୍ଷ ପାଇନାହାନ୍ତି। ତେଣୁ ଏହି ମାମଲାର ଶୁଣାଣି ଆସନ୍ତା ୧୮ ତାରିଖକୁ ଘୁଞ୍ଚିଛି। ସୁପ୍ରିମକୋର୍ଟରେ ଦାଖଲ ହୋଇଥିବା ଆଫିଡେଭିଟ୍‌ରେ କେନ୍ଦ୍ର ସରକାର କହିଛନ୍ତି ଯେ, ଯାଞ୍ଚ ହୋଇ ନ ଥିବା ଆଶଙ୍କା ଆଧାରରେ ୨୩ ଲକ୍ଷ ପ୍ରାର୍ଥୀଙ୍କ ଉପରେ ପୁନଃ ପରୀକ୍ଷଣର ଭାର ଲାଗୁ ହେବ ନାହିଁ।

ଏନ୍‌ଟିଏ ମଧ୍ୟ ଏହାର ଉତ୍ତର ସୁପ୍ରିମକୋର୍ଟରେ ଦାଖଲ କରିଛି। ପାଟନାରେ ହୋଇଥିବା ପେପର ଲିକ୍‌ ମାମଲାରେ ନିରନ୍ତର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି ବୋଲି ଏନ୍‌ଟିଆଇ କହିଛି। ପୋଲିସ ସହିତ ସିବିଆଇ ମଧ୍ୟ ଏହି ମାମଲାର ତଦନ୍ତ କରୁଛି। ଏହା ବ୍ୟତୀତ, ଏନ୍‌ଟିଏ ମଧ୍ୟ ମେରିଟ ତାଲିକାରେ ୭୨୦ ମଧ୍ୟରୁ ୬୧ ଛାତ୍ର କିପରି ୭୨୦ ମାର୍କ ପାଇଲେ ସେ ସମ୍ବନ୍ଧରେ ଏକ ଉତ୍ତର ଦେଇଛି।

Leave a Reply

Your email address will not be published. Required fields are marked *