ଭୁବନେଶ୍ୱର  : ମୁଖ୍ୟମନ୍ତ୍ରୀଙ୍କ ଭିଡିଓ AI ବୋଲି ଆଜି ପୁଣି ସନ୍ଦେହ କରିଛି ବିଜେପି । ଗତ କାଲି ବିଜେପିର ବରିଷ୍ଠ ନେତା ସମୀର ମହାନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଯେଉଁ ଭିଡିଓ ଜାରି କରୁଛି ତାକୁ ଡିପଫେକ ଭିଡିଓ ବୋଲି ସନ୍ଦେହ କରିଛନ୍ତି । ଭିଡିଓରେ ‘ଚୋର’ ଶବ୍ଦ ବ୍ୟବହାରକୁ ନେଇ ସନ୍ଦେହ କରିଛନ୍ତି ସମୀର ମହାନ୍ତି ସେ କହିଛନ୍ତି ଯେ, ମୁଖ୍ୟମନ୍ତ୍ରୀଙ୍କର ଏକ ସର୍ଟ ଭିଡିଓ ସେ ଚୋରା ଶବ୍ଦର ବ୍ୟବହାର କରିଛନ୍ତି, ଆମେ ଯେତିକି ତାଙ୍କୁ ଜାଣିଛୁ, ସେ କେବେ ଏଭଳି ଶବ୍ଦ କହିବେନି । ମୁଖ୍ୟମନ୍ତ୍ରୀଙ୍କ ପାଟିରୁ କେବେହେଲେ ବି ଚୋର ଶବ୍ଦ ବାହାରିବ ନାହିଁ । ସେଥିପାଇଁ ମୁଖ୍ୟମନ୍ତ୍ରୀଙ୍କ ସର୍ଟ ଭିଡିଓ ଉପରେ ଆମର ସନ୍ଦେହ ହେଉଛି ।

କିଛିଦିନ ତଳେ ବିଜେପି ରାଷ୍ଟ୍ରୀୟ ଉପାଧ୍ୟକ୍ଷ ତଥା କେନ୍ଦ୍ରାପଡ଼ା ଲୋକସଭା ପ୍ରାର୍ଥୀ ବୈଜୟନ୍ତ ପଣ୍ଡା। ମୁଖ୍ୟମନ୍ତ୍ରୀଙ୍କ ଭିଡିଓର ସତ୍ୟତା ଉପରେ ପ୍ରଶ୍ନ କରିଥିବା ବେଳେ ଗତକାଲି ସମୀର ମହାନ୍ତି ମଧ୍ୟ ସମାନ ଅଭିଯୋଗ ଆଣିଥିଲେ ଓ ତାଙ୍କ ସ୍ୱାସ୍ଥ୍ୟ ଉପରେ ମଧ୍ୟ ପ୍ରଶ୍ନ କରିଥିଲେ । ସେ କହିଥିଲେ କି, ସତରେ ଯଦି ନବୀନ ବାବୁ କହୁଥାନ୍ତେ, ତାହେଲେ ସଭା ସମିତିରେ ବି କୁହନ୍ତେ । ସର୍ଟ ଭିଡିଓରେ ନବୀନ ବାବୁ କହୁଛନ୍ତି ନା AI, ।ନବୀନ ବାବୁ ସଭାରେ ଗୋଟିଏ ମିନିଟରେ ସ୍କ୍ରିପ୍ଟେଡ୍ ଲେଖା ପଢ଼ି ଦେଉଛନ୍ତି । ଶାରିରୀକ ଅସୁସ୍ଥତା ଯୋଗୁଁ ଏକଥା ସମ୍ଭବ ହୋଇ ପାରୁନି, ତାଙ୍କୁ ଯିଏ ରିମୋଟ୍ ଧରି ଚଳାଉଛନ୍ତି, ସେ ସବୁ ଜାଣିଛନ୍ତି । AI ମାଧ୍ୟମରେ ହେଉଛି ସବୁ କଥା କହିଲାବେଳ, ରତ୍ନଭଣ୍ଡାର ଚାବି ହଜିବାରେ ନବୀନ କାହିଁକି ଚୁପ୍ ରହୁଛନ୍ତି କଣ ପାଇଁ? ଖାଲ ସେତିକି ନୁହେଁ ତଦନ୍ତ କମିଶନ ରିପୋର୍ଟ କୁଆଡ଼େ ଗଲା?, ଓ ଧାନ ଏମଏସପି ନେଇ କାହିଁକି ନିରବ’ ରହିଛନ୍ତି ବୋଲି ପ୍ରଶ୍ନ କରିଥିଲେ ।

By SonaliP

Leave a Reply

Your email address will not be published. Required fields are marked *