ରୋଚକ ସ୍ଥିତିରେ ଖୋର୍ଦ୍ଧା ରାଜନୀତି। ନବୀନ ଦେଲେନି ଟିକେଟ ଜିତୁ ଦେଲେ ଶକ୍ତ ଝଟକା। ଇସ୍ତଫା ଦେଲେନି କି ଟିକେଟ ପାଇଁ ଲବି କଲେନି ସିଧାସଳଖ ଯାଇ ବିଜେପି ରାଲିରେ ପ୍ରଚାର କଲେ। ଆଜି ଖୋର୍ଦ୍ଧାରେ ଯେଉଁ ଦୃଶ୍ୟ ଦେଖିବାକୁ ମିଳିଛି ତାହା ହୁଏତ ରାଜନୀତିରେ ବିରଳ। ବିଜେଡି ବିଧାୟକ ଥିବା ଜିତୁ ମିତ୍ର ହଠାତ କ୍ୟାମ୍ପ ବଦଳେଇ ଆଜି ବିଜେପି ପାଇଁ ପ୍ରଚାର କରିଥିବାର ଦେଖିବାକୁ ମିଳିଛି । ବିଜେପି ସାଂସଦ ପ୍ରାର୍ଥୀ ଅପରାଜିତା ଷଡଙ୍ଗୀ ଏବଂ ଖୋର୍ଦ୍ଧା ବିଜେପି ପ୍ରାର୍ଥୀ ପ୍ରଶାନ୍ତ ଜଗଦ୍ଦେବଙ୍କ ସହ ମିଶି ବିଜେପି ପାଇଁ ପ୍ରଚାର କରିଛନ୍ତି ଜିତୁ ମିତ୍ର।

ତେବେ ଏହି ଘଟଣା ସେତିକି ବେଳେ ଘଟିଛି ଯେତେବେଳେ ବିଜେଡି ସୁପ୍ରିମୋ ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଖୋଦ ପ୍ରଚାର କରି ଆସିବାର ଦିନକ ପରେ। ଟିକେଟକୁ ନେଇ ଅସନ୍ତୁଷ୍ଟ ଥିବା ଜିତୁ ଆଜି ବିଜେଡି ଗୋଷ୍ଠୀ କନ୍ଦଳକୁ ପଦାରେ ପକେଇଛନ୍ତି। ତେବେ ଜିତୁଙ୍କ ଘଡ ବାହୁଡା଼ ଖୋର୍ଦ୍ଧାର ବିଜେପି ବଳ ବଢ଼େଇଛି। କାଳୁ ଖଣ୍ଡାୟତଙ୍କୁ ପ୍ରସାନ୍ତ ଜଗଦ୍ଦେବଙ୍କୁ ହରେଇବା ପାଇଁ ବିଜେଡି କରିଥିବ ଯୋଜନା ଫସର ଫାଟିଛି। ଜିତୁ ଆସିବା ପରେ ତାଙ୍କ ପକେଟ ଭୋଟ ବିଜେପି ଖାତାକୁ ଯିବା ସହ ଅନ୍ୟ ଅସନ୍ତୁଷ୍ଟ ବିଜେଡି ନେତା ବିଜେପିକୁ ଆସିବେ ବୋଲି ଚର୍ଚ୍ଚା ହେଉଛି।

By Nirvay

Leave a Reply

Your email address will not be published. Required fields are marked *