ବଲାଙ୍ଗୀର ଜିଲ୍ଲା କଣ୍ଟାବାଞ୍ଜି ବଙ୍ଗୋମୁଣ୍ଡାରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି ପ୍ରଚାର ପାଇଁ ପହଞ୍ଚିବା ସହ ବିଜେଡି ସାଂସଦ ଓ ବିଧାୟକ ପ୍ରାର୍ଥୀଙ୍କ ପାଇଁ ଭୋଟ ମାଗିଛନ୍ତି, ଏହାସହ ଚିରାଚରିତ ଭାବେ ବିରୋଧୀଙ୍କୁ ଟାର୍ଗେଟ କରିଛନ୍ତି। ଏହାସହ ବିଜେଡିର ମାଗଣା ବିଜୁଳି ପ୍ରତିଶ୍ରୁତି କଥା ମନେ ପକାଇ ଦେଇଛନ୍ତି ନବୀନ । ଲୋକଙ୍କୁ ମାଗଣାରେ ବିଜୁଳି ମିଳିବା ନେଇ ଖୁସି ତ ବୋଲି ଜନତାଙ୍କୁ ପ୍ରଶ୍ନ କରିଛନ୍ତି ମୁଖ୍ୟମନ୍ତ୍ରୀ। ଏହାପରେ ଜୁଲାଇ ମାସରୁ ବିଜୁଳି ମାଫ୍ ବୋଲି କହିଛନ୍ତି ନବୀନ ।

ତେବେ ଏହା ପୂର୍ବରୁ ବିଜେଡି ନେତା ଭିକେ ପାଣ୍ଡିଆନ ଘୋଷଣା କରିଥିଲେ , ସେ କହିଛନ୍ତି ଯେ, ମୁଖ୍ୟମନ୍ତ୍ରୀ ପୁଣିଥରେ ଯେଉଁଦିନ ଶପଥଗ୍ରହଣ କରିବେ ସେହିଦିନ ଠାରୁ ଅଥାର୍ତ ଜୁନ୍ ୯ ତାରିଖ ସନ୍ଧ୍ୟାରେ ମନ୍ତ୍ରୀପରିଷଦ ବୈଠକ ବସିବ ଏବଂ ମାଗଣା ବିଜୁଳି ଘୋଷଣା ଉପରେ ମୋହର ମାରିବେ। ଜୁଲାଇ ମାସରୁ ବିଜୁଳି ବିଲ୍ ଆସିବନି ବୋଲି କହିଛନ୍ତି ପାଣ୍ଡିଆନ । ଓଡ଼ିଶାରେ ଥିବା ୯୦% ପ୍ରତିଶତ ଏହି ମାଗଣା ବିଜୁଳି ପାଇବେ ।

ଆଜି ପାଣ୍ଡିଆନଙ୍କ କଥାକୁ ଦୋହରାଇଛନ୍ତି ନବୀନ। ତେବେ ନବୀନଙ୍କ ଏହି ଘୋଷଣା ଧର୍ମକୁ ଆଖିଠାର ଭଳି। ଜାଣି ରଖନ୍ତୁ ଯେ ବିଜେଡି ସମସ୍ତଙ୍କୁ ଯେଉଁ ମାଗଣା ବିଜୁଳି କଥା କହୁଛି ତାହା ଅଧା ସତ। କେବଳ ୧୦୦ ୟୁନିଟ ପର୍ଯ୍ୟନ୍ତ ବିଜୁଳି ବ୍ୟବହାର କରୁଥିବା ଉପଭୋକ୍ତାଙ୍କ ପାଇଁ ବିଲ୍ ଛାଡ ହେବ ବୋଲି ନିଜ ଘୋଷଣା ପତ୍ରରେ ଲେଖିଛି ବିଜେଡି। ୧୦୦ରୁ ୧୫୦ ୟୁନିଟ ବ୍ୟବହାର କରୁଥିବା ଉପଭୋକ୍ତା ୫୦% ରିହାତି ପାଇବେ। ଏହାଠୁ ଅଧିକ ୟୁନିଟ ପାଇଁ ବିଲ୍ ଭରିବାକୁ ହେବ। ଯଦି ଆପଣ ୧୫୦ ୟୁନିଟରୁ ଅଧିକ ବିଜୁଳି ବ୍ୟବହାର କରୁଛନ୍ତି, ଆପଣଙ୍କୁ ସାମାନ୍ୟ ଦରରେ ବିଲ ଭରିବାକୁ ପଡିବ । ଏ ଯୋଜନା ଆପଣଙ୍କ କ୍ଷେତ୍ରରେ ଲାଗୁ ହେବନାହିଁ ।

By Nirvay

Leave a Reply

Your email address will not be published. Required fields are marked *