ସମ୍ବଲପୁରରେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ପ୍ରେସମିଟ । ପ୍ରେସମିଟ କରି କେନ୍ଦ୍ରମନ୍ତ୍ରୀ କହିଛନ୍ତି ରତ୍ନଭଣ୍ଡାର ଭଳି ଓଡ଼ିଶାର ଅତ୍ୟନ୍ତ ସମ୍ବେଦନଶୀଳ ପ୍ରସଙ୍ଗ ଓ ଭାବନାର ପ୍ରଶ୍ନକୁ ମୋଦି ଉପସ୍ଥାପିତ କରିଛନ୍ତି । ବିଜେପି ସବୁବେଳେ ରତ୍ନଭଣ୍ଡାର ପ୍ରସଙ୍ଗରେ ଉଠାଇ ଆସିଛି । ଓଡ଼ିଆ ଲୋକଙ୍କ ଆସ୍ଥା ସହ ଯୋଡି ହୋଇଥିବା ଶ୍ରୀମନ୍ଦିରର ରତ୍ନଭଣ୍ଡାର ଚାବି କିଏ ହଜାଇଲେ ? ରତ୍ନଭଣ୍ଡାର କାହିଁକି ଖୋଲାଯାଉନାହିଁ ? ରାଜ୍ୟ ସରକାର କାହାର ପାପକୁ ଘଣ୍ଟ ଘୋଡାଇବା ପାଇଁ ଚେଷ୍ଟା କରୁଛନ୍ତି ? ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ସହ କିଏ ଖେଳୁଛି ? ରଥଯାତ୍ରା ବନ୍ଦ ପାଇଁ ମହାଷଡ଼ଯନ୍ତ୍ର କିଏ ରଚନା କରିଥିଲେ ? ଏ ସବୁ କଥା ପଚାରିଲେ କାହିଁକି ଉତ୍ତର ଦେଉନାହାନ୍ତି ମୁଖ୍ୟମନ୍ତ୍ରୀ ।

ଆଉ ମଧ୍ୟ କହିଛନ୍ତି, କାଣ୍ଟାବାଞ୍ଜିରେ ୧୦ଟି ଗାଁ ନାଁ କହି ପାରିବେ କି ବୋଲି ପଚାରିଥିଲେ ପ୍ରଧାନମନ୍ତ୍ରୀ । ମୁଖ୍ୟମନ୍ତ୍ରୀ ଏହାକୁ ଖୁବ ବ୍ୟକ୍ତିଗତ ସ୍ତରକୁ ନେଇ ଆଲୋଚନା କରିଥିଲେ । ମୁଖ୍ୟମନ୍ତ୍ରୀ କିଛି ଜାଣିନାହାନ୍ତି, ଯାହା ଲେଖାଯାଉଛି ତାହା ପଢୁଛନ୍ତି । ଓଡିଶାରେ ୟୁଜିସି ତରଫରୁ ଇଞ୍ଜିନିୟର ପାଠ୍ୟ ପୁସ୍ତକକୁ ଓଡିଆରେ ପ୍ରକାଶ କରାଯାଇଛି । ଭାରତ ସରକାରଙ୍କ ଓଡିଆ ଭାଷା ପ୍ରତି ପ୍ରତିବଦ୍ଧତା ରହିଛି । ସତ ଶୁଣିବାକୁ ମୁଖ୍ୟମନ୍ତ୍ରୀଙ୍କ ଧର୍ଯ୍ୟ ନାହିଁ ।

ରାଜ୍ୟରେ ଭାଷା, ସଂସ୍କୃତିକୁ ଅନାଦର କରାଯାଉଛି । ଓଡିଶୀକୁ ଶାସ୍ତ୍ରୀୟ ନୃତ୍ୟ ମାନ୍ୟତା ପ୍ରଦାନ କରିବାର ସରକାରଙ୍କର କୌଣସି ବ୍ୟବସ୍ଥା ନାହିଁ । ମୁଖ୍ୟମନ୍ତ୍ରୀ ଏ ସମ୍ପର୍କରେ ଅବଗତ ନାହାନ୍ତି । ମୋଦି ସରକାର ୪୯ ଜଣଙ୍କୁ ପଦ୍ମଶ୍ରୀ ସମ୍ମାନରେ ସମ୍ମାନିତ କରାଯାଇଛି । ରଙ୍ଗବତୀ ଗୀତ ପାଇଁ କେବଳ ୩ଟି ପଦ୍ମଶ୍ରୀ ପୁରସ୍କାର ପ୍ରଦାନ କରାଯାଇଛି । ଏସବୁ ସତ୍ତ୍ବେ ମଧ୍ୟ ପ୍ରଧାନମନ୍ତ୍ରୀଙ୍କୁ କିପରି ଗାଳି କରୁଛନ୍ତି ନବୀନ ବୋଲି ମୁଖ୍ୟମନ୍ତ୍ରୀଙ୍କୁ ଟାର୍ଗେଟ କରି କହିଛନ୍ତି ଧର୍ମେନ୍ଦ୍ର ।

Leave a Reply

Your email address will not be published. Required fields are marked *