ଭୁବନେଶ୍ୱର : ମେ’ ୧୩ରେ ଓଡ଼ିଶାରେ ପ୍ରଥମ ପର୍ଯ୍ୟାୟ ମତଦାନ ହେବ। ଆସନ୍ତାକାଲି କଳାହାଣ୍ଡି, ନବରଙ୍ଗପୁର, ବ୍ରହ୍ମପୁର ଓ କୋରାପୁଟ୍‍ ସଂସଦୀୟ କ୍ଷେତ୍ର ପାଇଁ ୩୭ ଜଣ ପ୍ରାର୍ଥୀ ପ୍ରତିଦ୍ୱନ୍ଦ୍ୱିତା କରୁଛନ୍ତି । ସେମାନଙ୍କ ମଧ୍ୟରେ ୩୦ଜଣ ପୁରୁଷ ଓ ୭ ଜଣ ମହିଳା ପ୍ରାର୍ଥୀ ରହିଛନ୍ତି । ପ୍ରଥମ ପର୍ଯ୍ୟାୟ ପାଇଁ ମୋଟ୍ ୭ହଜାର ୩୦୩ ମତଦାନ କେନ୍ଦ୍ର କରାଯାଇଛି । ଏନେଇ ସକାଳ ୭ଟାରୁ ଭୋଟିଂ ଆରମ୍ଭ ହେବ। ଏନେଇ ଗତ ଶନିବାର ସଂନ୍ଧ୍ୟାରୁ ନିର୍ବାଚନୀ ପ୍ରଚାର ଶେଷ ହୋଇଛି।
ଏସବୁ ଅଞ୍ଚଳ ମାଓପ୍ରବଣ ହୋଇଥିବାରୁ ଶୃଙ୍ଖଳିତ ଭୋଟ୍ ଗ୍ରହଣ ପାଇଁ ସୁରକ୍ଷା ବ୍ୟବସ୍ଥା କଡାକଡି କରାଯାଇଛି। ୧୨ଶହ ୭୬ ଆଦର୍ଶ ବୁଥ୍ କରାଯାଇଛି । ୬୦ ମତଦାନ କେନ୍ଦ୍ରରୁ ଲାଇଭ୍ କରାଯିବ । ମୋଟ ୫୨ ହଜାର ୫୦୦ ପୋଲିଂ କର୍ମଚାରୀ ନିୟୋଜିତ ହେବେ । ସୁରକ୍ଷିତ ମତଦାନ ପାଇଁ ୧୦୪ ସୁରକ୍ଷାକର୍ମୀ ମୁତୟନ ହେବେ ବୋଲି ସେ ସୂଚନା ମିଳିଛି । ୬୦ ସଶସ୍ତ୍ର ପୋଲିସ, ୬ ସିଆଇଏସଏଫ୍ ଓ ୩୧ ସିଆରପିଏଫ୍ ମୁତୟନ ରହିବେ । ସୂଚନାଯୋଗ୍ୟ, କୋରାପୁଟ, କଳାହାଣ୍ଡି ଓ ବ୍ରହ୍ମପୁର ଲୋକସଭା ଆସନ ପାଇଁ ୧୧ ଜଣ ଲେଖାଏଁ ପ୍ରାର୍ଥୀ ପ୍ରତିଦ୍ୱନ୍ଦିତା କରୁଥିବାବେଳେ ନବରଙ୍ଗପୁର ଲୋକସଭା ଆସନ ପାଇଁ ଚାରି ଜଣ ପ୍ରାର୍ଥୀ ନିର୍ବାଚନ ଲଢୁଛନ୍ତି। ୨୮ଟି ବିଧାନସଭା ଆସନ ପାଇଁ ୨୪୩ ଜଣ ପ୍ରାର୍ଥୀ ନିର୍ବାଚନରେ ପ୍ରତିଦ୍ୱନ୍ଦିତା କରୁଛନ୍ତି । ସୋମବାର ଦିନ ୬୨ ଲକ୍ଷ ୮୭ ହଜାର ଭୋଟର ନିଜ ମତ ସାବ୍ୟସ୍ତ କରିବେ  ଏବଂ ମନ ପସନ୍ଦର ପ୍ରତିନିଧି ବାଛିବେ। ଓଡ଼ିଶାରେ ଏହା ପ୍ରଥମ ପର୍ଯ୍ୟାୟ ନିର୍ବାଚନ ହୋଇଥିବା ବେଳେ ଦେଶରେ ୪ର୍ଥ ପର୍ଯ୍ୟାୟରେ ହେବ ମତଦାନ ।

By SonaliP

Leave a Reply

Your email address will not be published. Required fields are marked *