ବନ୍ୟା ଦୁର୍ଗତ ଗଞ୍ଜାମ ଗଜପତି ଓ କନ୍ଧମାଳର ଲୋକ ମାନଙ୍କ ପ୍ରତି ସମବେଦନା ଜଣାଇ ଦୀପାବଳୀ ପାଳନ କରିବେ ନାହିଁ ବୋଲି ବିଜୁ ଜନତା ଦଳ ସଭାପତି ନବୀନ ପଟ୍ଟନାୟକ ନିଷ୍ପତ୍ତି ନେଇଛନ୍ତି। ନବୀନ କହିଛନ୍ତି ଯେ ଅର୍ଣ୍ଣବ ବାତ୍ୟା ଜନିତ ବନ୍ୟା ଯୋଗୁଁ ଗଞ୍ଜାମ ଓ ଗଜପତି ରେ ନାହିଁ ନ ଥିବା କ୍ଷତି ହୋଇଛି। ଲୋକ ମାନେ ଅକଥନୀୟ ଦୁଃଖରେ ଅଛନ୍ତି। ଅନେକ ପରିବାର ନିଜର ଆଶ୍ରୟ ଓ ଜୀବିକା ହରାଇଛନ୍ତି। ସେହିପରି କନ୍ଧମାଳରେ ଭୂସ୍ଖଳନ ଯୋଗୁଁ ମାଟି ତଳେ ଚାପି ହୋଇ ରହିଥିବା ନିଖୋଜ ବ୍ୟକ୍ତିମାନଙ୍କୁ ଏ ପର୍ଯ୍ୟନ୍ତ ଉଦ୍ଧାର କରାଯାଇ ପାରିନାହିଁ। ଲୋକମାନେ ଯେତେବେଳେ ଏପରି କଠିନ ପରିସ୍ଥିତି ଓ ଦୁଃଖ ମଧ୍ୟରେ କାଳାତିପାତ କରୁଛନ୍ତି, ସେତିକି ବେଳେ ଖୁସି ଓ ଆଲୋକର ପର୍ବ ପାଳନ କରିବା ସମ୍ଭବ ନୁହେଁ। ତେଣୁ ଲୋକଙ୍କ ଏ ଦୁଃଖ ସମୟ ରେ ଦୀପାବଳୀ ପାଳନ କରିବେ ନାହିଁ ବୋଲି ନବୀନ ପଟ୍ଟନାୟକ ନିଷ୍ପତ୍ତି ନେଇଛନ୍ତି। ସୂଚନା ଯୋଗ୍ୟ ଯେ ପଟ୍ଟନାୟକ ଏଵେ ଗଞ୍ଜାମ ର ବନ୍ୟା କ୍ଷତି ଗ୍ରସ୍ତ ଅଞ୍ଚଳ ବୁଲି ଦେଖୁଛନ୍ତି। Post navigation Mohammed Shami Retires From Test Cricket: ଟେଷ୍ଟ କ୍ରିକେଟରୁ ଅବସର ନେଲେ ଦ୍ରୁତ ବୋଲର ମହମ୍ମଦ ଶାମି