ପୁରୀରୁ କୋଲକାତାକୁ ବେଆଇନ ଭାବେ କଇଁଚ ଚାଲାଣ କରାଯାଉଥିବା ବେଳେ ପିପିଲି ପୋଲିସ ଏକ ବଡ଼ଧରଣର ଚଢ଼ଉ କରିଛି। ପିପିଲି ଟୋଲ୍ଗେଟ୍ ନିକଟରୁ ଏକ କାର୍ରୁ ୨୩୦ଟି ଜୀବନ୍ତ କଇଁଚ ଜବତ କରାଯାଇଛି। କାର୍ରେ ପୁରୀରୁ କୋଲକାତା ଚାଲାଣ କରାଯାଉଥିବା ଜଣାପଡ଼ିଛି । ଏହି ମାମଲାରେ ୨ ଚାଲାଣକାରୀଙ୍କୁ ଅଟକ ରଖାଯାଇଛି। ସୂଚନା ଅନୁଯାୟୀ; ବେଆଇନ ଭାବରେ କଇଁଛଗୁଡ଼ିକୁ କୌଣସି ଏକ ସ୍ଥାନକୁ ଚାଲାଣ କରାଯାଉଥିବା ନେଇ ପୋଲିସକୁ ଏକ ବିଶେଷ ସୂତ୍ରରୁ ଗୁପ୍ତ ସୂଚନା ମିଳିଥିଲା। ଏହି ସୂଚନାକୁ ଆଧାର କରି ପୋଲିସ ପିପିଲି ଟୋଲ୍ ଗେଟ୍ ନିକଟରେ ଜଗି ରହିଥିଲା ଏବଂ ସେହି ସମୟରେ ସନ୍ଦେହଜନକ ଅବସ୍ଥାରେ ଯାଉଥିବା ‘WB31 AA8531’ ନମ୍ବର ବିଶିଷ୍ଟ ଏକ କାର୍କୁ ଅଟକାଇ ତଲାସୀ ନେଇଥିଲା। ତଲାସୀ ବେଳେ ଗାଡ଼ି ଭିତରୁ ବସ୍ତା ବସ୍ତା କଇଁଛ ଜବତ କରାଯାଇଥିଲା। ପରେ ପୋଲିସ ପକ୍ଷରୁ ସମସ୍ତ ଉଦ୍ଧାର ହୋଇଥିବା କଇଁଛ ଏବଂ ଚାଲାଣରେ ବ୍ୟବହୃତ ଗାଡ଼ିଟିକୁ ଆନୁଷ୍ଠାନିକ ଭାବେ ବନ ବିଭାଗକୁ ହସ୍ତାନ୍ତର କରାଯାଇଛି ଏବଂ ଏନେଇ ଆବଶ୍ୟକୀୟ ଆଇନଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଉଛି। Post navigation Water Tax Unpaid Across OMC Mines: ଓଏମ୍ସିର ବିଭିନ୍ନ ଖଣି ଉପରେ ୮୫.୬୧ ଲକ୍ଷ ଟଙ୍କାର ଜଳକର ବାକି: ତୁରନ୍ତ ଆଦାୟ ପାଇଁ ଜଳସମ୍ପଦ ବିଭାଗର ତାଗିଦ୍