ନୂଆଦିଲ୍ଲୀ : ଆଜି ନାଗପୁରରେ ୫୬ ଡିଗ୍ରୀ ଟପିଛି ପାରଦ । ଦୁଇ ଦିନ ତଳେ ଦେଶରେ ଦିଲ୍ଲୀ ସବୁଠୁ ଉତ୍ତପ୍ତ ସହର ଥିଲା ବେଳେ ଆଜି ନାଗପୁର ପାଲଟିଛି ସବୁଠୁ ଉତ୍ତପ୍ତ ସହର ।ରାସ୍ତାଘାଟ ଜନଶୂନ୍ୟ ହୋଇ ପଡିଛି ଅତି  ଜରୁରୀ କାମ ନଥିଲେ ଲୋକେ ଘରୁ ବାହାରୁ ନାଁହାନ୍ତି । ବିହାରରେ ମଧ୍ୟ ସମାନ ଘଟଣା ଦେଖିବାକୁ ମିଳିଛି । ୟୁପି ଏବଂ ବିହାରରେ ପାଖାପାଖି ୨୦୦ ଜଣ ଲୁ କାରଣରୁ ପ୍ରାଣ ହରାଇଥିବା ସୂଚନା ରହିଛି । ଆଜି ୫୬ ଡିଗ୍ରୀ ସହ ନାଗପୁର ଦେଶର ସବୁଠାରୁ ଉତ୍ତପ୍ତ ସହର ବୋଲି ରେକର୍ଡ କରାଯାଇଛି ।

ଏପଟେ ଓଡିଶା ଅବସ୍ଥା ବି ସାଙ୍ଘାତିକ ଦିନ ସାଢେ ୧୧ ଟା ସୁଦ୍ଧା ୪୨ ଡିଗ୍ରୀ ଟପିଲା ତାପମାତ୍ରା। ୪୨.୨ ଡିଗ୍ରୀ ସହ ଝାରସୁଗୁଡା ସବୁଠାରୁ ଉତ୍ତର ସହର ଭାବେ ରେକର୍ଡ କରାଯାଇଛି। ସମ୍ବଲପୁର ୪୨, ହୀରାକୁଦ ୪୦, ରାଉରକେଲା ୩୫, ଗୋପାଳପୁପ ୩୪, ପୁରୀ ୩୩.୯, ଭୁବନେଶ୍ୱର ୩୩.୫, କେନ୍ଦୁଝର ୩୩.୪, ପାରାଦୀପ ୩୩.୧ , ଚାନ୍ଦବାଲି ୩୨.୮ ଓ ବାଲେଶ୍ୱର ୩୧ .୫ ଡିଗ୍ରୀ ସେଲସିୟସ ତାପମାତ୍ରା ରେକର୍ଡ କରାଯାଇଛି। ଆଦ୍ରତା ଅଧିକ ରହୁଥିବାରୁ ପ୍ରବଳ ଗୁଳୁଗୁଳି ଅନୁଭୂତ ହେଉଛି। ଚାନ୍ଦବାଲି ଓ ବାଲେଶ୍ୱର ୯୧ ପ୍ରତିଶତ ଆଦ୍ରତା ରହିଛି।

By SonaliP

Leave a Reply

Your email address will not be published. Required fields are marked *