ନୂଆଦିଲ୍ଲୀ : ଦିଲ୍ଲୀ ବିମାନବନ୍ଦରରେ ସୁନା ଚୋରା ଚାଲାଣ ମାମଲାରେ କଷ୍ଟମ ବିଭାଗ ଦୁଇ ଜଣଙ୍କୁ ଗିରଫ କରିଛି। ସେମାନଙ୍କ ମଧ୍ୟରୁ ଜଣେ ନିଜକୁ କଂଗ୍ରେସ ସାଂସଦ ଶଶି ଥରୁରଙ୍କ ବ୍ୟକ୍ତିଗତ ସହାୟକ ବୋଲି ନିଜ ପରିଚୟ ଦେଇଛନ୍ତି । କଷ୍ଟମ ଅଧିକାରୀମାନେ ଉଭୟଙ୍କଠାରୁ ପ୍ରାୟ ୫00 ଗ୍ରାମ ସୁନା ଜବତ କରିଛନ୍ତି।ତେବେ ଶଶି ଥରୁର ଏହି ମାମଲାରେ ନିଜ ସଫେଇ ଦେଇଛନ୍ତି । ସେ କହିଛନ୍ତି ଯେ ଚୋରା କାରବାରରେ ଧରାପଡିଥିବା ବ୍ୟକ୍ତି ବର୍ତ୍ତମାନ ତାଙ୍କ ସହ କାମ କରୁନାହାଁନ୍ତି।

ମେ ୨୯ ତାରିଖରେ ଦିଲ୍ଲୀ କଷ୍ଟମ ବିଭାଗ ସନ୍ଦେହରେ ବିମାନବନ୍ଦରରେ ଦୁଇ ଜଣ ବ୍ୟକ୍ତିଙ୍କୁ ଖୋଜିଥିଲା। ଖୋଜାଖୋଜି ସମୟରେ ଉଭୟଙ୍କଠାରୁ ପ୍ରାୟ 500 ଗ୍ରାମ ସୁନା ପାଇଥିଲା କଷ୍ଟମ ବିଭାଗ। ଗିରଫ ବ୍ୟକ୍ତିଙ୍କ ମଧ୍ୟରୁ ଜଣଙ୍କର ନାଁ ଶିବ କୁମାର ବୋଲି ଜଣାପଡିଛି ଓ ସେ କଂଗ୍ରେସ ନେତା ଶଶି ଥରୁରଙ୍କ ପିଏ ବୋଲି ଶିବ କୁମାର କହିଛନ୍ତି ।

ସାଂସଦ ଥରୁର ଏନେଇ ସୋସିଆଲ ମିଡିଆରେ ଏକ ପୋଷ୍ଟ ଜାରିକରି କହିଛନ୍ତି, ମୁଁ ନିର୍ବାଚନୀ ପ୍ରଚାର ପାଇଁ ଧର୍ମଶାଳାରେ ଥିବାବେଳେ ମୋର ଜଣେ ପୂର୍ବ କର୍ମଚାରୀ ସୁନା ଚୋରା ଚୋଲାଣରେ ଗିରଫ ହୋଇଥିବା ଶୁଣି ଆଶ୍ଚର୍ଯ୍ୟ ହେଲି। ବାସ୍ତବରେ ସେ ମୋର ବର୍ତ୍ତମାନ କର୍ମଚାରୀ ନୁହଁନ୍ତି। କିଛି ଦିନ ପୂର୍ବରୁ ତାଙ୍କୁ ପାର୍ଟ ଟାଇମ୍ ଆଧାରରେ ନିଯୁକ୍ତି ଦିଆଯାଇଥିଲା।ଉକ୍ତ ବ୍ୟକ୍ତି ପୂର୍ବରୁ ବିମାନବନ୍ଦରରେ ସହାୟତା ପ୍ରଦାନକାରୀ ଭାବେ କାର୍ଯ୍ୟ କରୁଥିଲେ।

By SonaliP

Leave a Reply

Your email address will not be published. Required fields are marked *