ନବରଙ୍ଗପୁର ଜିଲ୍ଲାର କୋଡିଙ୍ଗା ରାଜସ୍ୱ ନିରୀକ୍ଷକ ବିରଞ୍ଚି ନାରାୟଣ ଦାସଙ୍କୁ କାର୍ଯ୍ୟରୁ ନିଲମ୍ବିତ କରାଯାଇଛି। ବନ୍ୟା ଭଳି ଜରୁରୀକାଳୀନ ପରିସ୍ଥିତିରେ ପ୍ରଶାସନ ପକ୍ଷରୁ ସମସ୍ତ ସରକାରୀ ଛୁଟି ବାତିଲ କରାଯାଇଥିବା ସତ୍ତ୍ୱେ ସେ କାର୍ଯ୍ୟରେ ଅନୁପସ୍ଥିତ ରହିଥିଲେ। କର୍ତ୍ତବ୍ୟରେ ଏପରି ଅବହେଳାକୁ ଗମ୍ଭୀରତାର ସହ ନେଇ ଜିଲ୍ଲାପାଳ ଏହି କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛନ୍ତି। ଏହାସହ ନିଲମ୍ବନ ସମୟରେ ତାଙ୍କୁ ଜିଲ୍ଲା ମୁଖ୍ୟାଳୟରେ ଉପସ୍ଥିତ ରହିବାକୁ ଜିଲ୍ଲାପାଳ ନିର୍ଦ୍ଦେଶ ଦେଇଛନ୍ତି। Post navigation Nitin Nabin Chairs Meeting of New State In-Charges: ଆଗାମୀ ନିର୍ବାଚନ ପାଇଁ ବିଜେପିର ବଡ଼ ରଣନୀତି; ନବନିଯୁକ୍ତ ପ୍ରଭାରୀଙ୍କ ସହ ନିତିନ ନବୀନଙ୍କ ବୈଠକ OSSTET 2026 Exam: ସ୍ଥଗିତ ରହିଲା OSSTET-୨୦୨୬ ପରୀକ୍ଷା