କଟକ: ପାରାଦ୍ୱୀପ ବନ୍ଦରରେ ଅଟକିଥିବା ଏମ.ଭି ଦେବୀ ଜାହାଜ ଉପରେ ତୁରନ୍ତ କାର୍ଯ୍ୟାନୁଷ୍ଠାନ ନିଆଯାଉ ବୋଲି ନିର୍ଦେଶ ଦେଇଛନ୍ତି ହାଇକୋର୍ଟ । ବର୍ଥ ଦେୟ ଏବଂ ଅନ୍ୟାନ୍ୟ ଶୁଳ୍କ ବାବଦୀୟ ମାମଲା ପ୍ରସଙ୍ଗରେ ହାଇକୋର୍ଟ ଏଭଳି ନିର୍ଦେଶ ଦେଇଛନ୍ତି । ଗତ ବର୍ଷ ନଭେମ୍ବର ମାସ ୩୦ ତାରିଖ ରାତିରେ ଏହି ଜାହଜରୁ ୨୨ ଟି ପ୍ୟାକେଟ କୋକେନ ଜବତ ହୋଇଥିଲା ।

ତେବେ ଏମ ଭି ଦେବୀ ଜାହାଜରୁ ପ୍ରାୟ ୭ କୋଟି ୯୫ ଲକ୍ଷ୍ୟ ଟଙ୍କାର ପ୍ରାପ୍ୟ ପାଇବାର ଅଛି ବୋଲି ଦାବି କରି ପାରାଦ୍ୱୀପ ଇଣ୍ଟରନ୍ୟାସନାଲ କାର୍ଗୋ ଟର୍ମିନାଲ ପ୍ରାଇଭେଟ ଲିମିଟେଡ଼ ପକ୍ଷରୁ ହାଇକୋର୍ଟରେ ମାମଲା ରୁଜ୍ଜୁ କରାଯାଇଥିଲା । ଆବେଦନାକାରୀ ଦର୍ଶାଇଥିଲେକି, ବର୍ଥ ଭଡା, ଜରିମନା, ସୁଧ, ଆଇନଗତ ବ୍ୟୟ ଇତ୍ୟାଦିକୁ ମିଶାଇ ମୋଟ ୭ କୋଟି ୯୫ ଲକ୍ଷ ୪୭ ହଜାର ୧୭୦ ଟଙ୍କାର ଦେୟ ଏମ ଭି ଦେବୀ ଜାହଜ ଦେବାକଥା ।

ଯେଉଁଥିରେ ଖିଲାପ ହୋଇଥିବା ବେଳେ ସମ୍ପୃକ୍ତ ଜହାଜରୁ କୋକେନ ଜବତ ହୋଇଥିବା କଥା ମଧ୍ୟ ସ୍ପଷ୍ଟ ହୋଇଛି। ଯାହାକୁ ଆଧାର କରି ହାଇକୋର୍ଟ କଡା ଆଭିମୁଖ୍ୟ ଗ୍ରହଣ କରିଛନ୍ତି, ଏମ ଭି ଦେବୀ ଜାହାଜକୁ ତୁରନ୍ତ ଗିରଫ କରିବାଲାଗି ନିର୍ଦେଶ ହୋଇଛି । ଗିରଫ ଆଦେଶନାମା ସହ କୋର୍ଟର ମାର୍ଶାଲଙ୍କ ଚିଠିକୁ ମଧ୍ୟ ଆବେଦନକାରୀ ପ୍ରତିପକ୍ଷଙ୍କୁ ପ୍ରଦାନ କରିବେ ।

By Shree

Passionate about writing political content and unbiased journalism

Leave a Reply

Your email address will not be published. Required fields are marked *