ଆରପାରିରେ ସାହସୀ ଓଡ଼ିଆ ଝିଅ ଦମୟନ୍ତୀ। ଆଖି ବୁଜିବା ପରେ ଅନ୍ୟ କାହା ଘରେ ହସ ଫୁଟାଇବେ ଦମୟନ୍ତୀ। ମୃତ୍ୟୁ ପରେ ତାଙ୍କର ଯକୃତ ଅନ୍ୟ ଏକ ରୋଗୀଙ୍କୁ ଲାଗିବ। ୩ ଦିନ ତଳେ ଏହି ବଢ଼ିଲା ଝିଅଟି ଆଖି ବୁଜି ଦେଇଥିଲେ।

କେନ୍ଦୁଝର ଜିଲ୍ଲାର ୧୪ ବର୍ଷର ଦମୟନ୍ତୀ । କିଡନୀ ଜନିତ ରୋଗରେ ପୀଡ଼ିତ ହୋଇ ଭୁବନେଶ୍ୱର ଏମ୍ସରେ ଚିକିତ୍ସିତ ହେଉଥିଲେ । ମୃତ୍ୟୁ ସହ ସଂଗ୍ରାମ ପରେ ଶେଷରେ ଆଖି ବୁଜିଥିଲେ। ସଭିଙ୍କୁ ଛାଡ଼ି ଚାଲିଯାଇଛନ୍ତି ସତ କିନ୍ତୁ ମୃତ୍ୟୁ ପରେ ବି ସେ ହୋଇଯାଇଛନ୍ତି ଅମର । ମୃତ୍ୟୁ ପରେ ଯକୃତ ଅନ୍ୟ ଶରୀରରେ ଲାଗିବ ।ଗ୍ରୀନ କରିଡରରେ ଭୁବନେଶ୍ୱର ବିମାନ ବନ୍ଦରକୁ ଯିବା ପରେ, ଯକୃତକୁ ସ୍ୱତନ୍ତ୍ର ବିମାନରେ ଦିଲ୍ଲୀ ନିଆଯାଇଛି । ସେହିପରି ଚେନ୍ନାଇ ପଠାଇବାକୁ ବ୍ୟବସ୍ଥା କରାଯାଇଥିବା ଅଙ୍ଗକୁ ବର୍ତମାନ ସମୟ ପାଇଁ ବାତିଲ କରାଯାଇଛି ।

ଓଡ଼ିଶା ମୋ ପରିବାରର ତତ୍ୱାବଧାନରେ ଏହି ଅଙ୍ଗପ୍ରତ୍ୟାରୋପଣ ଅଭିଯାନକୁ ସଫଳ କରିବା ପାଇଁ ଉଦ୍ୟମ ହୋଇଥିଲା । ଏପଟେ ରାଜ୍ୟ ସରକାର ଅର୍ଗାନ ଡୋନେଟ୍ କରୁଥିବା ବ୍ୟକ୍ତିଙ୍କ ପାଇଁ ବଡ଼ ଘୋଷଣା କରିଛନ୍ତି । ଯେଉଁମାନେ ଅର୍ଗାନ ଡୋନେଟ୍ କରିବେ, ସେମାନଙ୍କୁ ରାଷ୍ଟ୍ରୀୟ ମର୍ଯ୍ୟାଦା ଦିଆଯିବା ନେଇ ଘୋଷଣା ହୋଇଛି ।

By Shree

Passionate about writing political content and unbiased journalism

Leave a Reply

Your email address will not be published. Required fields are marked *