ସମ୍ବଲପୁର: ସମ୍ବଲପୁର ରେମେଡ୍‌ ସଭାରେ ଆଜି ମୋଦୀ ଜନସାଧାରଣଙ୍କୁ ଭରୋଷା ଦେଇ କହିଛନ୍ତି ଯେ ଯାହାର କେହି ନାହାନ୍ତି ତାର ମୋଦୀ ଅଛନ୍ତି। ଖାଲି ଏତିକି ଯେ ତାହାନୁହେଁ ମୋଦି ଆହୁରି କହିଛନ୍ତି, ଆମ ସରକାର ଓଡ଼ିଶାର ବିକାଶ ପାଇଁ ଅହରହ ଉଦ୍ୟମ କରୁଛି । ଜୟ ଜଗନ୍ନାଥ, ଜୟ ମା’ ସମଲେଇରୁ ଆରମ୍ଭ କଲେ ଭାଷଣ। ଦେଶର ବିକାଶ ପାଇଁ ବିଜେପି ପାଖରେ ରୋଡ୍‌ମ୍ୟାପ୍‌ ଅଛି । ବିଜେପି ସରକାର ଆସିଲେ ହୀରାକୁଦରେ ପର୍ଯ୍ୟଟନର ବିକାଶ ହେବ ବୋଲି ମୋଦି କହିଛନ୍ତି ।

ଏହି ସଭାରେ ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ କହିଛନ୍ତି ଯେ ୨୦୨୪ରେ ନିର୍ବାଚନ ଲଢେଇ ହେବ, ଓଡ଼ିଶାରେ ସରକାର ପରିବର୍ତ୍ତନ ହେବ, ମୋଦି ହିଁ ନେତୃତ୍ୱ ନେବେ।

ଏହି ଅବସରରେ ବହୁ ସଂଖ୍ୟାରେ ଆୟୋଜିତ ସାଧାରଣ ସଭାରେ ବହୁ ସଂଖ୍ୟାରେ ଲୋକେ ଉପସ୍ଥିତ ଥିଲେ। ଜନସାଧାରଣଙ୍କୁ ସମ୍ବୋଧନ କରି ମୋଦି ନିଜ ଅଭିଭାଷଣରେ ଯାହା କହିଛନ୍ତି ଆସନ୍ତୁ ତାହାକୁ ଚୁମ୍ବକରେ ଜାଣିବା ।ସେ କହିଛନ୍ତି ଯେ ଆଜି ଓଡ଼ିଶାର ବିକାଶ ଯାତ୍ରା ପାଇଁ ବଡ଼ ମହତ୍ୱପୂର୍ଣ୍ଣ ଦିନ ।

ଓଡ଼ିଶା ଲୋକଙ୍କୁ ୭୦ ହଜାର କୋଟିର ପ୍ରକଳ୍ପ ପାଇଁ ବଧାଇ । ସମାଜର ସବୁ ବର୍ଗର ଲୋକ ଏଥିରୁ ଲାଭ ପାଇବେ ବୋଲି ମୋଦୀ କହିଛନ୍ତି ।ଏହାଛଡ଼ା ସେ କହିଛନ୍ତି ଯେ ଏହି ପ୍ରକଳ୍ପ ଓଡ଼ିଶାର ନବଯୁବକଙ୍କୁ ରୋଜଗାର ଯୋଗାଇବ । ଆଜି ଆଡଭାନିଜୀଙ୍କୁ ଭାରତ ରତ୍ନ ପ୍ରଦାନ କରାଯିବା ପାଇଁ ନିଷ୍ପତ୍ତି ନିଆଯାଇଛି । ରାଷ୍ଟ୍ରସେବା ପାଇଁ ଜୀବନ ଉତ୍ସର୍ଗ କରିଥିବା ଲୋକଙ୍କୁ ଦେଶ ଭୁଲେନି । ଆଡଭାନୀଙ୍କ ଜୀବନାଦର୍ଶ ମୋତେ ଅନୁପ୍ରାଣିତ କରିଛି ବୋଲି ମୋଦୀ କହିଛନ୍ତି ।

ସେହିପରି ସେ କହିଛନ୍ତି ଯେ ଶିକ୍ଷା କ୍ଷେତ୍ରରେ ଓଡ଼ିଶାକୁ ମହତ୍ୱପୂର୍ଣ୍ଣ ସ୍ଥାନକୁ ନେବା ପାଇଁ ପ୍ରୟାସ ଚଳାଉଛୁ । ଭାରତର ସବୁ ରାଜ୍ୟ ବିକଶିତ ହେଲେ ଦେଶ ବିକଶିତ ହୋଇପାରିବ । ପ୍ରତି କ୍ଷେତ୍ରରେ ଓଡ଼ିଶାକୁ ଅଧିକରୁ ଅଧିକ ସହଯୋଗ ଦେଇଆସିଛୁ । ଗତ ୧୦ ବର୍ଷରେ ପେଟ୍ରୋଲିୟମ କ୍ଷେତ୍ରରେ ଦେଢ ଲକ୍ଷ କୋଟିର ନିବେଶ ହୋଇଛି ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି ।

ଏହାଛଡ଼ା ସେ କହିଛନ୍ତି ଯେ ରେଳବାଇ କ୍ଷେତ୍ରରେ ବିକାଶ ପାଇଁ ୧୨ ଗୁଣ ଅଧିକ ଅର୍ଥ ଦିଆଯାଇଛି । ଓଡ଼ିଶାର ଗ୍ରାମାଞ୍ଚଳରେ ୫୦ ହଜାର କିମି ରାସ୍ତା ହୋଇଛି । ୪ ହଜାର କିମି ଜାତୀୟ ରାଜପଥ ନିର୍ମାଣ କରାଯାଇଛି । ପୁରୀ-ସୋନପୁର ଏକ୍ସପ୍ରେସ ପାଇଁ ସୁବର୍ଣ୍ଣପୁର ଜିଲ୍ଲାକୁ ରେଳ ଗଡ଼ିଲା । ସୁବର୍ଣ୍ଣପୁରବାସୀ ଏବେ ପ୍ରଭୁ ଜଗନ୍ନାଥଙ୍କ ଦର୍ଶନ ସୁବିଧାରେ ପାଇବେ । ନୂଆ ଖଣି ନିମୟ ଯୋଗୁଁ ଓଡ଼ିଶାକୁ ଅଧିକ ୧୦ ଗୁଣା ଲାଭ ମିଳୁଛି ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି ।

By Shree

Passionate about writing political content and unbiased journalism

Leave a Reply

Your email address will not be published. Required fields are marked *