ଦିଲ୍ଲୀ-ନିଜାମୁଦ୍ଦିନ ଯାଉଥିବା ରାଜଧାନୀ ଏକ୍ସପ୍ରେସ (୧୨୪୩୧)ର ଦୁଇଟି କୋଚରେ ଅଗ୍ନିକାଣ୍ଡ। ଆଜି ସକାଳେ ଆଲୋଟ ଏବଂ ବିକ୍ରମଗଡ଼ ରେଳ ଷ୍ଟେସନ ମଧ୍ୟରେ ଏହି ଅଗ୍ନିକାଣ୍ଡ ଘଟିଛି। ସୂଚନା ପାଇଁ ଅଗ୍ନିଶମ ବାହିନୀ ଘଟଣାସ୍ଥଳରେ ପହଞ୍ଚି ନିଆଁ ଲିଭାଇବା ଆରମ୍ଭ କରିଥିଲେ। ଅଗ୍ନିକାଣ୍ଡରେ ଦୁଇଟି କୋଚ୍ ସମ୍ପୂର୍ଣ୍ଣ ଜଳିଯାଇଛି। କିନ୍ତୁ କୌଣସି କ୍ଷୟକ୍ଷତିର ଖବର ନାହିଁ।

ଅନ୍ୟପଟେ ଅଗ୍ନିକାଣ୍ଡ ଯୋଗୁଁ ଦିଲ୍ଲୀ-ମୁମ୍ବାଇ ରେଳ ରୁଟରେ ଟ୍ରେନ ଚଳାଚଳ ବାଧାପ୍ରାପ୍ତ ହୋଇଛି। ଫଳରେ ବିଭିନ୍ନ ଷ୍ଟେସନରେ ଅନେକ ଟ୍ରେନ ଅଟକି ରହିଛି।

Leave a Reply

Your email address will not be published. Required fields are marked *