ଭୁବନେଶ୍ୱର: ନୂଆଦିଲ୍ଲୀରେ ଆୟୋଜିତ ଦୁଇ ଦିନିଆ ରାଷ୍ଟ୍ରୀୟ ଅଧିବେଶନ ଦଳର କାର୍ଯ୍ୟକର୍ତାଙ୍କୁ ଅଶେଷ ଶକ୍ତି, ଉତ୍ସାହ ପ୍ରଦାନ କରିଛି । ସ୍ୱଳ୍ପ ସମୟର ଅଧିବେଶନ ସମସ୍ତଙ୍କ ଭିତରେ ଉତ୍ସାହଭରି ଦେଇଥିଲା । ଦଳକୁ ଜିତାଇ ଯଶସ୍ୱୀ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଜୀଙ୍କୁ ତୃତୀୟଥର ପ୍ରଧାନମନ୍ତ୍ରୀ ଆସନରେ ଅଭିଷିକ୍ତ କରିବାକୁ ଅଧିବେଶନରେ ସମସ୍ତ କାର୍ଯ୍ୟକର୍ତା ସଂକଳ୍ପ ନେଇଛନ୍ତି ଏବଂ ତାକୁ ତୃଣମୂଳ ଓ ବୁଥ୍‌ସ୍ତର ପର୍ଯ୍ୟନ୍ତ ନେବେ ବୋଲି ନିଷ୍ପତି ନେଇଛନ୍ତି । ଓଡିଶାରେ ମଧ୍ୟ ପୂର୍ଣ୍ଣ ସଂଖ୍ୟା ଗରିଷ୍ଠତାରେ ବିଜେପି ସରକାର ଗଢ଼ିବ । ଦୁଇ ଦିନିଆ ରାଷ୍ଟ୍ରୀୟ ଅଧିବେଶନରେ ଓଡ଼ିଶାର ରାଜନୈତିକ ପ୍ରସଙ୍ଗରେ କେନ୍ଦ୍ରୀୟ ନେତୃତ୍ୱଙ୍କ ସହିତ ସମ୍ପୂର୍ଣ୍ଣ ରଣନୀତି ନେଇ ଆଲୋଚନା ହୋଇଛି ବୋଲି ରାଷ୍ଟ୍ରୀୟ ଅଧିବେଶନରେ ଯୋଗ ଦେଇ ଭୁବନେଶ୍ୱର ପ୍ରତ୍ୟାବର୍ତନ କରିବା ଅବସରରେ ରାଜ୍ୟ ସଭାପତି ମନମୋହନ ସାମଲ ସୂଚନା ଦେଇଛନ୍ତି ।

“ବିକଶିତ ଭାରତ ଗଠନ” ଓ ମୋଦିଙ୍କ ଗ୍ୟାରେଣ୍ଟି ଲୋକଙ୍କ ମନରେ ଆତ୍ମବିଶ୍ୱାସ ବଢ଼ାଇଛି । ପୁଣି ଏଥର “ମୋଦି ସରକାର, ଓଡିଶାରେ ବିଜେପି ସରକାର” ଗଠନ ହେବ । ମୋଦି ଗ୍ୟାରେଣ୍ଟିର ସୁଲାଭରୁ ବଂଚିତ ଓଡିଶାବାସୀ । ବିଗତ ୧୦ବର୍ଷର ମୋଦି ଗ୍ୟାରେଂଟିର ସୁଲାଭ, ଓଡିଶାର ଶେଷ ପାହାଚରେ ଛିଡା ହୋଇଥିବା ବ୍ୟକ୍ତି ପାଖରେ ପହଁଚାଇବାର ଦାୟୀତ୍ୱ ହେଉଛି ବିଜେପି କାର୍ଯ୍ୟକର୍ତାଙ୍କର । ମୋଦି ଗ୍ୟାରେଣ୍ଟିର ବାଧକ ଏବଂ ବାଧା ସୃଷ୍ଟିକାରୀଙ୍କୁ କେବେ ହେଲେ କ୍ଷମା ଦେବେ ନାହିଁ ଓଡିଶାବାସୀ । ମୋଦି ଗ୍ୟାରେଣ୍ଟିର ବାଧକ ଏବଂ ବାଧା ସୃଷ୍ଟିକାରୀଙ୍କୁ ହଟାଇବାର ଦାୟୀତ୍ୱ ହେଉଛି ଓଡିଶାବାସୀଙ୍କର । ସ୍ଥାଣୁତାର ସ୍ଥାନ ନାହିଁ, ଓଡିଶାର ବିକାଶ ପାଇଁ ମୋଦି ଗ୍ୟାରେଣ୍ଟି ଏକମାତ୍ର ବିକଳ୍ପ । ଓଡିଶାବାସୀଙ୍କ ସମର୍ଥନ ବଳରେ ବିଜେପି ସମସ୍ତ ବାଧା ଦୂର କରିବାରେ ସଫଳ ହେବ ଓ “ଓଡ଼ିଶାରେ ଡବଲ ଇଞ୍ଜିନ” ସରକାର ଗଠନ କରିବ ବୋଲି ସାମଲ କହିଛନ୍ତି ।

ବିଜେପି କାର୍ଯ୍ୟକର୍ତା ଆଧାରିତ ଦଳ । ଅନୁଭବ, ଅଭିଜ୍ଞତା ଓ ଅନୁଭୂତିରେ ତୃଣମୂଳସ୍ତରରେ ସାଧାରଣ ନିର୍ବାଚନ ଲଢ଼ିବ । ଯଶସ୍ୱୀ ପ୍ରଧାନମନ୍ତ୍ରୀ ମାଦିଜୀ ୨୦୪୭ ମସିହା ସୁଦ୍ଧା ପୂରା ଭାରତ ବର୍ଷକୁ ସମ୍ପୂର୍ଣ୍ଣ ବିକଶିତ କରି ବିଶ୍ୱଗୁରୁ କରିବାର ଯେଉଁ ସଂକଳ୍ପ ନେଇଛନ୍ତି ତାହା ପୂରଣ ହେବ । ଭାରତବର୍ଷ ଅର୍ଥନୈତିକ ଶକ୍ତିରେ ବିଶ୍ୱରେ ତୃତୀୟ ସ୍ଥାନକୁ ଉନ୍ନିତ ହେବା ପାଇଁ ମୋଦି ଚେଷ୍ଟା ଚଳାଇଛନ୍ତି । ଭାରତକୁ ଚରମ ଶିଖରରେ ପହଂଚାଇବା ପାଇଁ ମୋଦିଜୀ ନିଷ୍ଠାର ସହ ପ୍ରୟାସରତ ଅଛନ୍ତି । ତାଙ୍କ ଏହି ଅଭିପ୍ସାକୁ ଦଳର ପ୍ରତିଟି ନେତା ଏବଂ କାର୍ଯ୍ୟକର୍ତା ନିଶ୍ଚିତ ପୂରଣ କରି ଦେଖାଇବେ ବୋଲି ସାମଲ କହିଛନ୍ତି ।

ବିଗତ ଦିନରେ ପ୍ରଧାନମନ୍ତ୍ରୀ ଓଡ଼ିଶା ଆସିଥିଲେ ଓ ଏହାପରେ ବରିଷ୍ଠ ନେତା ତଥା ମଧ୍ୟପ୍ରଦେଶର ପୂର୍ବତନ ମୁଖ୍ୟମନ୍ତ୍ରୀ ଶିବରାଜ ସିଂହ ଚୌହ୍ୱାନ ମଧ୍ୟ ଓଡ଼ିଶା ଆସିଥିଲେ । ସେହିପରି କେନ୍ଦ୍ର ପ୍ରତିରକ୍ଷା ମନ୍ତ୍ରୀ  ସିଂହ ଆସନ୍ତା କାଲି ୨୨ ତାରିଖ ଦିନ ଦିନିକିଆ ଓଡିଶା ଗସ୍ତରେ ଆସୁଛନ୍ତି ।  ବ୍ରହ୍ମପୁର ଓ ବାରିପଦା ଗସ୍ତ କରିବେ । ବ୍ରହ୍ମପୁରରେ ଆୟୋଜିତ କର୍ମୀ ସମ୍ମିଳନୀରେ ସାମିଲ ହୋଇ ୨୦୨୪ ନିର୍ବାଚନ ରଣନୀତି ବାବଦରେ ସମ୍ବୋଧନ କରିବେ । ଅଳ୍ପଦିନ ଭିତରେ ପୁଣିଥରେ ପ୍ରଧାନମନ୍ତ୍ରୀ ମୋଦି ଓଡିଶା ଆସି ଜଗନ୍ନାଥଙ୍କୁ ଦର୍ଶନ କରି ଚଣ୍ଡିଖୋଲ ଜନସାଧାରଣ ସଭାରେ ଭାଷଣ ଦେବେ ବୋଲି ସାମଲ ସୂଚନା ଦେଇଛନ୍ତି

By Shree

Passionate about writing political content and unbiased journalism

Leave a Reply

Your email address will not be published. Required fields are marked *