ପୁରୀ: ରେଳପଥରେ ଯୋଡି ହେବାକୁ ଯାଉଛି ପୁରୀରୁ କୋଣାର୍କ । ପୁରୀ କୋଣାର୍କ ନୂଆ ରେଲୱେ ଲାଇନ ନେଇ ଘୋଷଣା କଲେ କେନ୍ଦ୍ର ରେଳମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ ।ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏହି ପ୍ରୋଜେକ୍ଟର ଅନୁମୋଦନ ଦେଇଛନ୍ତି ବୋଲି ସୂଚନା ଦେଇଛନ୍ତି ରେଳ ମନ୍ତ୍ରୀ ଅଶ୍ଵିନୀ ବୈଷ୍ଣବ। ସେ ରାଜ୍ୟ ସରକାରଙ୍କୁ ଜମି ଲାଗି ମଧ୍ୟ ଅନୁରୋଧ କରିଛନ୍ତି। ୩୨ କିମିର ନୂଆ ରେଳପଥ ପାଇଁ ୪୯୨ କୋଟି ଟଙ୍କା ମଞ୍ଜୁର କରାଯାଇଥିବା ରେଳମନ୍ତ୍ରୀ କହିଛନ୍ତି । ସୂର୍ଯ୍ୟ ମନ୍ଦିରକୁ ଜଗନ୍ନାଥ ମନ୍ଦିର ସହ ଯୋଡ଼ିବା ସ୍ବପ୍ନ ସାକାର ହେବ । ସ୍ୱତନ୍ତ୍ର ଭାବେ ଭିଷ୍ଟାଡୋମ ଟ୍ରେନ୍‌ ଚାଲିବାର ବ୍ୟବସ୍ଥା ହେବ । ଫଳରେ ଯାତ୍ରୀମାନେ ଟ୍ରେନ୍ ଭିତରେ ରହି ସବୁ ବାହାର ଦୃଶ୍ୟ ଦେଖିପାରିବେ । ଟ୍ରେନ୍‌ ଭିତରେ ଜଗନ୍ନାଥ ସଂସ୍କୃତିର ପ୍ରଚାର ପ୍ରସାରକ ମଧ୍ୟ ବ୍ୟବସ୍ଥା ରହିବ ।

ଏହି ନୂଆ ରେଳ ଲାଇନ ପାଇଁ ୨୧୫ ହେକ୍ଟର ଜମି ଅଧିଗ୍ରହଣ କରିବାକୁ ହେବ । ଜମି ଅଧିଗ୍ରହଣ ପରେ ମଞ୍ଜୁର ପ୍ରୋଜେକ୍ଟ କାମ ତ୍ବରାନ୍ବିତ ହେବ । ପ୍ରୋଜେକ୍ଟ ଶେଷ କରିବାକୁ ରାଜ୍ୟ ସରକାରଙ୍କ ସହଯୋଗ ଜରୁରୀ ବୋଲି କହିଛନ୍ତି ସେ।

By Shree

Passionate about writing political content and unbiased journalism

Leave a Reply

Your email address will not be published. Required fields are marked *