ଗଞ୍ଜାମ ଜିଲ୍ଲାରେ ଚଳିତ ବନ୍ୟା ଯୋଗୁଁ ୧୭୦ଟି କେନାଲ, ଆନିକଟ ଓ ନଦୀବନ୍ଧ କ୍ଷତିଗ୍ରସ୍ତ ହୋଇଛି । ଏ ନେଇ ଜଳସମ୍ପଦ ବିଭାଗର ସର୍ବୋଚ୍ଚ ଯନ୍ତ୍ରୀ ଦିଲ୍ଲୀପ ରାଉତ ସୂଚନା ଦେଇଛନ୍ତି । ବିଶେଷ କରି ଋଷିକୁଲ୍ୟା ନଦୀର ଦୁଇଟି ଆନିକଟ ଓ ମୁଖ୍ୟ କେନାଲ ଅଧିକ କ୍ଷତିଗ୍ରସ୍ତ ହୋଇଛି ।

ଯନ୍ତ୍ରୀ କହିଛନ୍ତି, ଚଳିତ ବନ୍ୟା ପୂର୍ବର ସମସ୍ତ ବନ୍ୟାର ରେକର୍ଡ ଭାଙ୍ଗିଛି । କ୍ଷତିଗ୍ରସ୍ତ ଜଳସେଚନ ପ୍ରକଳ୍ପଗୁଡ଼ିକର ମରାମତି କାମ ଆସନ୍ତା ୧୫ ଦିନ ମଧ୍ୟରେ ଆରମ୍ଭ ହେବ ଏବଂ ତିନି ମାସ ମଧ୍ୟରେ ଶେଷ କରାଯିବ ।

ଅନ୍ୟପକ୍ଷରେ, ମୁରାସୁ ପାଇଁ ସମସ୍ତ ଜଳଭଣ୍ଡାରରୁ ଜଳ ନିଷ୍କାସନ ଆରମ୍ଭ କରାଯାଇଥିବା ଜଳସମ୍ପଦ ବିଭାଗର ସର୍ବୋଚ୍ଚ ଯନ୍ତ୍ରୀ ସୂଚନା ଦେଇଛନ୍ତି ।

By Nirvay

Leave a Reply

Your email address will not be published. Required fields are marked *