ଅପରେସନ ସିନ୍ଦୂରରେ ବ୍ୟବହାର ହୋଇଥିଲା ଓଡ଼ିଶା ନିର୍ମିତ ଡ୍ରୋନ । ସମ୍ପୂର୍ଣ୍ଣ ସ୍ଵଦେଶୀ ଜ୍ଞାନ କୌଶଳରେ ନିର୍ମିତ ଏହି ଡ୍ରୋନ ଅପରେସନ ସିନ୍ଦୂରରେ ଭ୍ୟାଲିରେ ଥିବା ଯବାନମାନଙ୍କୁ ବହୁ ମାତ୍ରାରେ ସାହାଯ୍ୟ କରିଥିଲା । ଓଡିଶା ମାଟିରେ ପ୍ରସ୍ତୁତ ଡ୍ରୋନ ଅପରେସନ ସିନ୍ଦୂରରେ ଏହା ବ୍ୟବହାର ହୋଇଥିବାରୁ କେନ୍ଦ୍ର ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଆଇଜି ଡ୍ରୋନ କମ୍ପାନୀର ଫାଉଣ୍ଡର ଏବଂ ସିଇଓ ବୋଧିସତ୍ତ୍ଵ ସଂଘପ୍ରିୟ ଙ୍କୁ ଅଶେଷ ଅଶେଷ ଆନ୍ତରିକ ଅଭିନନ୍ଦନ ଜଣାଇଛନ୍ତି । ସଶସ୍ତ୍ର ବାହିନୀ ଯୁଦ୍ଧ ଅପେକ୍ଷା ଏବେ ଅଧିକ ଟେକ୍ନିକାଲ ୱାର ଚାଲିଛି । ଏହି ସମୟରେ ଓଡ଼ିଆ ଉଦ୍ୟୋଗୀଙ୍କ ଡ୍ରୋନ୍ ଅପରେସନ୍ ସିନ୍ଦୂରରେ କାମ କରିଥିଲା । Post navigation ବିଜୁ ଜନତା ଦଳର ରାଜନୈତିକ ବ୍ୟାପାର କମିଟି ବୈଠକ ଅନୁଷ୍ଠିତ ଲିଙ୍ଗିପୁର ପଞ୍ଚାୟତରେ ଆୟୋଜିତ ତ୍ରିରଙ୍ଗା ଯାତ୍ରାରେ ସାମିଲ ହେଲେ ମୁଖ୍ୟମନ୍ତ୍ରୀ