Odisha Govt Directs Uber Rapido to Stop Private Bike Services Within 15 Days
ରାଜ୍ୟରେ ବନ୍ଦ ହେବ ଉବେର ଓ ରାପିଡୋର ବାଇକ୍‌ ଟ୍ୟାକ୍ସି ସେବା । ଏଣିକି ଉବେର ଓ ରାପିଡୋ ମାଧ୍ୟମରେ ଯାତ୍ରୀ ପରିବହନରେ ବ୍ୟବହୃତ ହୋଇପାରିବ ନାହିଁ ଘରୋଇ ଦୁଇଚକିଆ ଯାନ । ଏନେଇ ଉଭୟ କମ୍ପାନୀର ନୋଡାଲ ଅଧିକାରୀଙ୍କୁ ଚିଠି ଲେଖିଛି କ୍ରାଇମବ୍ରାଞ୍ଚ ।
 
ମୋଟର ଯାନ ଆଇନର ଉଲ୍ଲଂଘନ କରି ଘରୋଇ ଗାଡ଼ିକୁ ବାଣିଜ୍ୟିକ ଯାତ୍ରୀ ପରିବହନ କ୍ଷେତ୍ରରେ ବ୍ୟବହାର କରାଯାଉଥିବାରୁ ଏଭଳି ପଦକ୍ଷେପ ନିଆଯାଇଛି । ନୋଟିସ୍‌ ପାଇବାର ୧୫ ଦିନ ମଧ୍ୟରେ ଏହି ବାଇକ୍‌ ସେବା ବନ୍ଦ କରିବାକୁ କମ୍ପାନୀଗୁଡ଼ିକୁ ନିର୍ଦ୍ଦେଶ ଦିଆଯାଇଛି । ନିର୍ଦ୍ଦେଶ ଅମାନ୍ୟ କଲେ ଆଇନ ଅନୁଯାୟୀ କାର୍ଯ୍ୟାନୁଷ୍ଠାନର ଚେତାବନୀ ମଧ୍ୟ ଦିଆଯାଇଛି ।
 
ତେବେ ଏହି ନିଷ୍ପତ୍ତି ଯୋଗୁଁ ଉବେରର କାର୍‌ ଓ ଅଟୋ ସେବା ପ୍ରଭାବିତ ହେବ ନାହିଁ । ପୂର୍ବଭଳି ଉବେର କାର୍‌ ଓ ଅଟୋ ଚଳାଚଳ ଜାରି ରହିପାରିବ । ଏହି ନିର୍ଦ୍ଦେଶ କେବଳ ଘରୋଇ ଦୁଇଚକିଆ ଯାନ ମାଧ୍ୟମରେ ଚାଲୁଥିବା ବାଇକ୍‌ ଟ୍ୟାକ୍ସି ସେବା ପାଇଁ ଲାଗୁ ହେବ ।

By Nirvay

Leave a Reply

Your email address will not be published. Required fields are marked *