ଓଡ଼ିଶାରେ ବାସହୀନ ଓ ଜମିହୀନ ପରିବାରଙ୍କ ପାଇଁ ବଡ଼ ଆଶ୍ୱସ୍ତି । ଘରଡିହ ନଥିବା ପରିବାରଙ୍କୁ ସରକାରୀ ଜମି ଆବଣ୍ଟନ କରିବା କ୍ଷେତ୍ରରେ ବାର୍ଷିକ ଆୟ ସୀମା ବୃଦ୍ଧି କରାଯାଇଛି । ପୂର୍ବରୁ ଏହି ଆୟ ସୀମା ୧ ଲକ୍ଷ ଟଙ୍କା ଥିବାବେଳେ ଏବେ ଏହାକୁ ୧.୫ ଲକ୍ଷ ଟଙ୍କାକୁ ବଢ଼ାଇ ଦିଆଯାଇଛି । ଏହି ନିଷ୍ପତ୍ତି ଅନୁଯାୟୀ, ଘରଡିହ ନଥିବା ପରିବାରଙ୍କୁ ସରକାରୀ ଜମି ଆବଣ୍ଟନ ପାଇଁ ବାର୍ଷିକ ପରିବାର କିମ୍ବା ବ୍ୟକ୍ତିଗତ ଆୟ ସୀମା ୧ ଲକ୍ଷରୁ ବୃଦ୍ଧି ପାଇ ୧ ଲକ୍ଷ ୫୦ ହଜାର ଟଙ୍କା ହୋଇଛି । ଫଳରେ ଅଧିକ ଜମିହୀନ ଓ ଆର୍ଥିକ ଦୁର୍ବଳ ପରିବାର ଏହି ସୁବିଧାରେ ସାମିଲ ହୋଇପାରିବେ । ସୂଚନାଯୋଗ୍ୟ, ୨୦୨୩ ମସିହାରେ ଶେଷଥର ପାଇଁ ଏହି ଆୟ ସୀମାକୁ ୧ ଲକ୍ଷ ଟଙ୍କାକୁ ବୃଦ୍ଧି କରାଯାଇଥିଲା । ଏବେ ପୁଣି ଥରେ ଆୟ ସୀମା ବୃଦ୍ଧି ହେବା ଫଳରେ ଘରଡିହ ପାଇବାକୁ ଯୋଗ୍ୟ ଅଧିକ ପରିବାର ଉପକୃତ ହେବାର ଆଶା ରହିଛି । Post navigation Odisha to Ban Uber, Rapido Bike Services: ରାଜ୍ୟରେ ଉବେର ଓ ରାପିଡୋ ଘରୋଇ ବାଇକ୍ ସେବା ବନ୍ଦ କରିବାକୁ ନିର୍ଦ୍ଦେଶ