ନୂଆଦିଲ୍ଲୀ: ଭାରତ ମଣ୍ଡପମରେ ପ୍ରଥମ ନ୍ୟାସନାଲ କ୍ରିଏଟର ଆୱାର୍ଡ ପ୍ରଦାନ କରାଯାଇଛି। ୨୦ଟି ବିଭାଗରେ ୨୩ଜଣଙ୍କୁ ପୁରସ୍କାର କରିଛନ୍ତି ପ୍ରଧାନମନ୍ତ୍ରୀ। କଥାବାଚକ ଜୟାକିଶୋରୀ, ୟୁଟ୍ୟୁବର କାମିୟା ଜାନି, ୟୁଟ୍ୟୁବର ରଣଧୀର ଆହ୍ଲାବାଦିଆ, କଣ୍ଠଶିଳ୍ପୀ ମେଥିଲୀ ଠାକୁରଙ୍କ ସମେତ ଅନ୍ୟମାନଙ୍କୁ ପୁରସ୍କୃତ କରାଯାଇଥିଲା। ଏହି ଅବସରରେ ମୋଦୀ କହିଛନ୍ତି ଆପଣମାନେ ହେଉଛନ୍ତି ସେହି ଲୋକ ଯେଉଁମାନେ ନିଜ ପାଇଁ ସ୍ୱତନ୍ତ୍ର ସ୍ଥାନ ତିଆରି କରିଛନ୍ତି। ଏହି କାରଣରୁ ଆପଣମାନେ ଭାରତ ମଣ୍ଡପମରେ ପହଂଚିଛନ୍ତି। ଏଠାରେ ଜି୨୦ ସମ୍ମିଳନୀ ଆୟୋଜିତ ହୋଇଥିଲା। ବିଶ୍ୱର ନିର୍ମାଣ କିଭଳି ହେବା ଦରକାର ତାହା ଆଲୋଚନା ହୋଇଥିଲା । ଭାରତର ଭବିଷ୍ୟ କିଭଳି ହେବା ଦରକାର ତାହା ଉପରେ ଚର୍ଚ୍ଚା କରିବାକୁ ସେ କାମିୟାଙ୍କୁ ଅନୁରୋଧ କରିଛନ୍ତି। ଏହା ସହ ସେ କାମିୟାଙ୍କୁ ଦେଶର ମନ୍ଦିର ଗୁଡିକୁ ପ୍ରୋମଟ କରିବାକୁ ପରାମର୍ଶ ଦେଇ ଭାରତ ମଣ୍ଡପମରେ ପ୍ରଥମ ନ୍ୟାସନାଲ କ୍ରିଏଟର ଆୱାର୍ଡ ପ୍ରଦାନ କରାଯାଇଛି। ୨୦ଟି ବିଭାଗରେ ୨୩ଜଣଙ୍କୁ ପୁରସ୍କାର କରିଛନ୍ତି ପ୍ରଧାନମନ୍ତ୍ରୀ। କଥାବାଚକ ଜୟାକିଶୋରୀ, ୟୁଟ୍ୟୁବର କାମିୟା ଜାନି, ୟୁଟ୍ୟୁବର ରଣଧୀର ଆହ୍ଲାବାଦିଆ, କଣ୍ଠଶିଳ୍ପୀ ମେଥିଲୀ ଠାକୁରଙ୍କ ସମେତ ଅନ୍ୟମାନଙ୍କୁ ପୁରସ୍କୃତ କରାଯାଇଥିଲା। ଏହି ଅବସରରେ ମୋଦୀ କହିଛନ୍ତି ଆପଣମାନେ ହେଉଛନ୍ତି ସେହି ଲୋକ ଯେଉଁମାନେ ନିଜ ପାଇଁ ସ୍ୱତନ୍ତ୍ର ସ୍ଥାନ ତିଆରି କରିଛନ୍ତି। ଏହି କାରଣରୁ ଆପଣମାନେ ଭାରତ ମଣ୍ଡପମରେ ପହଂଚିଛନ୍ତି। ଏଠାରେ ଜି୨୦ ସମ୍ମିଳନୀ ଆୟୋଜିତ ହୋଇଥିଲା। ବିଶ୍ୱର ନିର୍ମାଣ କିଭଳି ହେବା ଦରକାର ତାହା ଆଲୋଚନା ହୋଇଥିଲା । ଭାରତର ଭବିଷ୍ୟ କିଭଳି ହେବା ଦରକାର ତାହା ଉପରେ ଚର୍ଚ୍ଚା କରିବାକୁ ସେ କାମିୟାଙ୍କୁ ଅନୁରୋଧ କରିଛନ୍ତି। ଏହା ସହ ସେ କାମିୟାଙ୍କୁ ଦେଶର ମନ୍ଦିର ଗୁଡିକୁ ପ୍ରୋମଟ କରିବାକୁ ପରାମର୍ଶ ଦେଇଛନ୍ତି।

By Shree

Passionate about writing political content and unbiased journalism

Leave a Reply

Your email address will not be published. Required fields are marked *