ଭୁବନେଶ୍ୱର: ଗତକାଲି ବିଳମ୍ବିତ ରାତିରେ ଧରିତ୍ରୀର ଜଣେ ସାମ୍ବାଦିକଙ୍କୁ ଆକ୍ରମଣ ହୋଇଛି। ସାମ୍ବାଦିକ ଜଣ ହେଉଛନ୍ତି ସରୋଜ ଜେନା। ଦୁର୍ବୃତ୍ତ ମାନେ ତାଙ୍କ ମୁଣ୍ଡରେ ଇଟା ଛେଚି ଆକ୍ରମଣ କରିଥିଲେ। ଆକ୍ରମଣ ପରେ ସେ କ୍ୟାପିଟାଲ ହସ୍ପିଟାଲରେ ଚିକିତ୍ସିତ ହୋଇଥିଲେ, ଏହା ପରେ ସେ ବଡଗଡ ଥାନାରେ ଅଭିଯୋଗ କରିଥିଲେ।

କାଲି ପାଖା ପାଖି ରାତି ୧ ରେ ସେ କାମ ସାରି ଫେରୁଥିବାବେଳେ ମଦ ନିଶାରେ ଚୁର ଥିବା କିଛି ଦୁର୍ବୃତ୍ତ ତାଙ୍କ ବାଇକକୁ ଧକ୍କା ଦେଇଥିଲେ। ଏହା ପରେ ରାସ୍ତାରେ ପଡ଼ିଥିବା ଇଟା ଦ୍ଵାରା ତାଙ୍କ ଉପରେ ଆକ୍ରମଣ କରିଥିଲେ। ରାସ୍ତାରେ ଯାଉଥିବା ଲୋକଙ୍କୁ ଦେଖି ଦୁର୍ବୃତ୍ତମାନେ ସେଠାରୁ ପଳାଇଥିଲେ।

ଏପର୍ଯ୍ୟନ୍ତ ପୋଲିସ ଏ ମାମଲାରେ କାହାକୁ ଗିରଫ କରିନାହିଁ । ସରୋଜ ଦୁର୍ବୃତ୍ତ ମାନଙ୍କ ବାଇକ ନମ୍ବର ପୋଲିସକୁ ଦେଇ ସାରିଥିବା କହିଛନ୍ତି ।

ଏ ଘଟଣା ପୁଣିଥରେ କମିଶନେରେଟ ପୋଲିସର ପାରିବା ପଣିଆକୁ ପଦାରେ ପକେଇ ଦେଇଛି ।

By Shree

Passionate about writing political content and unbiased journalism

Leave a Reply

Your email address will not be published. Required fields are marked *