ପଦ୍ମ ଧରିବେ ପୁର୍ବତନ ଭୁବନେଶ୍ଵର ସାଂସଦ ପ୍ରସନ୍ନ ପାଟ୍ଟଶାଣୀ ଓ ଖଣ୍ଡପଡ଼ା ବିଧାୟକ ସୌମ୍ୟରଞ୍ଜନ ପଟ୍ଟନାୟକ। ବିଶ୍ୱସ୍ତ ସୂତ୍ରରୁ ଜଣାପଡିଛି ଯେ ଖୁବ ଶୀଘ୍ର ଦିଲ୍ଲୀରେ ବିଜେପିର ମୁଖ୍ୟ କାର୍ଯ୍ୟାଳୟରେ ଦୁଇ ନେତା ବିଜେପିରେ ଯୋଗ ଦେବାର ସମ୍ଭାବନା ରହିଛି ।

ଅସମର୍ଥିତ ସୂତ୍ର ଅନୁସାରେ ଗତକାଲି ସୌମ୍ୟ ବାବୁ ଧର୍ମେନ୍ଦ୍ର ପ୍ରଧାନଙ୍କୁ ଭୁବନେଶ୍ୱରରେ ସାକ୍ଷାତ କରିବା ପରେ ଶାସକ ଦଳ ପକ୍ଷରୁ ତାଙ୍କୁ ଧମକ ଚମକ ଦିଆଯାଇ ବିଜେପିରେ ଯୋଗ ନ ଦେବାକୁ ଚେତାବନୀ ଦିଆଯାଇଛି ।

ସୌମ୍ୟ ପୂର୍ବରୁ ମଧ୍ୟ ବିଜେପି ରେ ଥିଲେ ଏବଂ ୧୯୯୬ରେ କଂଗ୍ରେସ ଟିକେଟ ରେ ଭୁବନେଶ୍ଵର ରୁ ସାଂସଦ ରୂପେ ନିର୍ବାଚିତ ହୋଇଥିଲେ। ବିଜୁ ଜନତା ଦଳ ତାଙ୍କୁ ୨୦୧୮ ମସିହାରେ ରାଜ୍ୟସଭାକୁ ପଠାଇଥିଲା, କିନ୍ତୁ ୨୦୧୯ ମସିହାରେ ସେ ରାଜ୍ୟ ସଭରୁ ଇସ୍ତଫା ଦେଇ ଖଣ୍ଡପଡ଼ା ବିଧାନସଭା ଆସନରୁ ନିର୍ବାଚନ ଲଢ଼ିଥିଲେ ଓ ବିପୁଳ ଭୋଟର ବିଜୟ ହୋଇଥିଲେ। ଦଳରେ ଥାଇ ମଧ୍ୟ ଓଡ଼ିଶା ସରକାର, ୫ଟି, ଓ ଭିକେ ପାଣ୍ଡିଆନ ଙ୍କୁ ସମାଲୋଚନା କରିବାପରେ ଶାସକ ଦଳ ତାଙ୍କୁ ଦଳରୁ ବହିଷ୍କାର କରିଥିଲା। ସରକାରୀ କଳ ସୌମ୍ୟ ରଞ୍ଜନ ଓ ତାଙ୍କ ପରିବାର ବିରୁଦ୍ଧରେ ରକ୍ତ ମୁଖା ହୋଇପଡ଼ିଥିଲା।

ପ୍ରସନ୍ନ ପାଟ୍ଟଶାଣୀ ୧୯୯୮ ରୁ ୨୦୧୯ ଯାଇଁ କ୍ରମାଗତ ଭାବେ ପାଞ୍ଚ ଥର ଭୁବନେଶ୍ଵର ସାଂସଦ ଥିଲେ। କିଛି ଦିନ ଦଳେ ଚିଲିକାରୁ ପ୍ରସନ୍ନ ପାଟ୍ଟଶାଣୀଙ୍କୁ ବିଜେଡି ପ୍ରାର୍ଥୀ ଭାବେ ଚୟନ କରାଯିବ ବୋଲି ନିଷ୍ପତ୍ତି ହୋଇଥିଲା, କିନ୍ତୁ ପ୍ରବଳ ବିରୋଧ ଯୋଗୁଁ ଏହା ପରିବର୍ତ୍ତନ  ହୋଇଥିଲା ।

By Shree

Passionate about writing political content and unbiased journalism

Leave a Reply

Your email address will not be published. Required fields are marked *